ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ଗଠନ ହେଲା ରତ୍ନ ଭଣ୍ଡାର କମିଟି

ଭୁବନେଶ୍ୱର: ଗୁରୁବାର ଶ୍ରୀମନ୍ଦିର ରତ୍ନଭଣ୍ଡାକୁ ନେଇ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ରତ୍ନଭଣ୍ଡାର ଅଳଙ୍କାର ତାଲିକା ପ୍ରସ୍ତୁତି ତଦାରଖ କମିଟି ଗଠନ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ତଦାରଖ କମିଟି ଗଠନ କରିଛନ୍ତି ।  ତଦନୁଯାୟୀ ଉକ୍ତ କମିଟିର ଅଧ୍ୟକ୍ଷଭାବେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ  ଅରିଜିତ ପଶାୟତଙ୍କୁ ନିଯୁକ୍ତ କରାଯାଇଛି । ସେହିପରି ପ୍ରସିଦ୍ଧ ହୃଦରୋଗ ବିଶେଷଜ୍ଞ ଡାକ୍ତର ରମାକାନ୍ତ ପଣ୍ଡା ଉକ୍ତ କମିଟିର ଉପାଧ୍ୟକ୍ଷ ଅଛନ୍ତି । ଉକ୍ତ କମିଟିରେ ଅଧ୍ୟକ୍ଷଙ୍କ ସମେତ ମୋଟ ୧୨ ଜଣ ସଦସ୍ୟ ରହିଛନ୍ତି ।  ଡ. ବିଧୁଭୂଷଣ ସାମଲ, ଏ.କେ ସାବତ, ଗଜପତିଙ୍କ ପ୍ରତିନିଧି, ଏଏସଆଇ ପ୍ରତିନିଧି, ଦୁର୍ଗାପ୍ରସାଦ ମହାପାତ୍ର, ମାଧବ ମହାପାତ୍ର, ଜଗନ୍ନାଥ କର, ଗଣେଶ ମେକାପ, ପୁରୀ ଜିଲ୍ଲାପାଳ ପ୍ରମୁଖ କମିଟିର ସଦ୍ୟସ୍ୟ ରହିଥିବାବେଳେ  ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ କମିଟିର ସଦସ୍ୟ ଆବାହକ ରହିଛନ୍ତି ।

Related Articles

Leave a Reply

Your email address will not be published.

Back to top button