ଯୁକ୍ତ ଦୁଇ ମାର୍କିଂ ଢାଞ୍ଚାରେ ପରିବର୍ତ୍ତନ: ଏଣିକି ଥିଓରୀରେ ୨୪ ରଖିଲେ ପାସ୍‌

ଭୁବନେଶ୍ୱର: ଫେବୃଆରୀ ୧୮ରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା। ତେବେ ଯୁକ୍ତ ଦୁଇ ମାର୍କିଂ ଢାଞ୍ଚାରେ ପରିବର୍ତ୍ତନ କରାଯାଇଛି। ପ୍ରାକ୍ଟିକାଲ ନଥିବା ବିଷୟରେ ୮୦ ମାର୍କ ଥିଓରୀ ପରୀକ୍ଷାରେ ଏଣିକି ୨୪ ରଖିଲେ ଛାତ୍ରଛାତ୍ରୀ ପାସ୍ ହେବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା Change in combined two marking patterns: Pass 24 in theory nowପ୍ରଶାନ୍ତ କୁମାର ପରିଡ଼ା କହିଛନ୍ତି। ଶ୍ରୀ ପରିଡ଼ା କହିଛନ୍ତି ଯେ, ୨୦୨୫ ଯୁକ୍ତଦୁଇ ପରୀକ୍ଷାରେ ନୂଆ ଢାଞ୍ଚାରେ ମାର୍କ ଦିଆଯିବ। ପ୍ରାକ୍ଟିକାଲ ନଥିବା ବିଷୟର ହେବ ୮୦ ମାର୍କର ପରୀକ୍ଷା। ତେବେ ଏହି ୮୦ ମାର୍କରୁ ୨୪ ମାର୍କ ରଖିଲେ ପରୀକ୍ଷାର୍ଥୀ ପାସ୍ ହେବେ। ସେହିପରି ଚଳିତ ବର୍ଷ ୧୦୦ ମାର୍କରୁ ୨୦ ମାର୍କର ହେବ ଇଣ୍ଟରନାଲ ଆସେସମେଣ୍ଟ ଟେଷ୍ଟ। ଅବଶିଷ୍ଟ ୮୦ ମାର୍କର ଥିଓରୀ ପରୀକ୍ଷା ହେବ। ପ୍ରଥମ ଥର ଯୁକ୍ତ ଦୁଇରେ ଆସେସମେଣ୍ଟ ପରୀକ୍ଷା ହେବ। ଅନ୍ୟ ପ୍ରାକ୍ଟିକାଲ ଏବଂ ପ୍ରୋଜେକ୍ଟ ବେସଡ୍ ବିଷୟରେ ଯେଉଁଭଳି ପୂର୍ବରୁ ମାର୍କ ଦିଆଯାଉଥିଲା ସେହିଭଳି ଭାବରେ ମାର୍କ ଦିଆଯିବ। ସେହିପରି ପରୀକ୍ଷା ଶେଷ ହେବାର ୪୫ ଦିନ ଭିତରେ ରେଜଲ୍ଟ ପ୍ରକାଶ କରାଯିବ। ଯେଉଁ ଛାତ୍ରଛାତ୍ରୀଙ୍କର ଉପସ୍ଥାପନ ୭୫% ନଥିବ ସେମାନଙ୍କୁ ଆଡ୍‌ମିଟ କାର୍ଡ ମିଳିବ ନାହିଁ । କିଛି କଲେଜରେ ଯେଉଁଠି ପିଲାମାନଙ୍କ ଉପସ୍ଥାନ କମ୍ ଥିବ ସେମାନଙ୍କୁ ଶ୍ରେଣୀ ଗୃହକୁ ଆଣିବାକୁ କଲେଜ ଅଧ୍ୟକ୍ଷ ସଚେତନ କରନ୍ତୁ ବୋଲି ଶ୍ରୀ ପରିଡ଼ା କହିଛନ୍ତି। ଆସନ୍ତା ଫେବୃଆରୀ ୧୮ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୭ ତାରିଖ ପର୍ଯ୍ୟନ୍ତ ୨୨ ଦିନ ଧରି ପରୀକ୍ଷା ଚାଲିବ । ରାଜ୍ୟରେ ୧୧୬୦ କଲେଜରେ ପରୀକ୍ଷାକେନ୍ଦ୍ରର ବ୍ୟବସ୍ଥା ହୋଇଛି। ସବୁଠି ସିସିଟିଭି କ୍ୟାମେରା ଲଗାଯିବାକୁ କଲେଜମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କପି ରୋକିବାକୁ ଚଳିତ ବର୍ଷ ପ୍ରଥମ ଥର ପାଇଁ ଜିଲ୍ଲାସ୍ତରରେ ହେବ ସେଣ୍ଟ୍ରାଲ ସ୍କ୍ୱାର୍ଡ। ଯାହା ସୁରକ୍ଷିତ ଭାବରେ ପରୀକ୍ଷା ପାଇଁ ଆହୁରି ସରଳୀକରଣ ହୋଇପାରିବ। ଗୋଟିଏ ସ୍କ୍ୱାର୍ଡ ଖୁବ୍ କମ୍ ସମୟ ମଧ୍ୟରେ ଗୋଟିଏ କଳେଜରୁ ଅନ୍ୟ ଏକ କଲେଜକୁ ଯାଇପାରିବ।

Related Articles

Leave a Reply

Your email address will not be published. Required fields are marked *

Back to top button