ରାବ୍ରି ଦେବୀଙ୍କ ବାସଭବନରେ ସିବିଆଇ ଟିମ୍

ପାଟନା: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀଙ୍କ ବାସଭବନରେ ସୋମବାର ସିବିଆଇ ଟିମ୍ ପହଞ୍ଚିଛି। ସିବିଆଇ ରାବ୍ରି ଦେବୀଙ୍କୁ ପଚରାଉଚରା କରିଛି। ଜମି ବଦଳରେ ଚାକିରୀ ଦେବା ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ପଚରା ଉଚରା କରୁଛି। କୁହାଯାଉଛି ଯେ, ସିବିଆଇର ୧୨ ସଦସୀୟ ଟିମ୍ ରାବ୍ରି ଦେବୀଙ୍କୁ ପଚାରା ଉଚରା କରିବାକୁ ପହଞ୍ଚିଛି। ସିବିଆଇ ରାବ୍ରି ଦେବୀଙ୍କୁ ପଚରା ଉଚରା କରିବାକୁ ନୋଟିସ୍ ଦେଇଥିଲା। ପ୍ରଥମେ ଏହି ପଚରା ଉଚରା ସିବିଆଇ ଅଫିସରେ ହେବାର ଥିଲା, କିନ୍ତୁ ପରେ ସିବିଆଇ ଟିମ୍‌ ତାଙ୍କ ବାସ ଭବନରେ ପଚରା ଉଚରା କରିବାର ନିଷ୍ପତ୍ତି ନେଇଛି। ରାବ୍ରି ଦେବୀଙ୍କ ଓକିଲ ମଧ୍ୟ ତାଙ୍କ ବାସଭବନରେ ପହଞ୍ଚିଛନ୍ତି।

Related Articles

Leave a Reply

Your email address will not be published.

Back to top button