ଲକ୍ଷ୍ମୀ ବସ ସହ ବୁଲେଟର ମୁହାଁମୁହିଁ ଧକ୍କା: ୩ ମୃତ

ଭୁବନେଶ୍ବର: ସୋରଡ଼ା ଥାନା ଅର୍ନ୍ତଗତ ପାଟପଲୀ ବାଉଁଶୀଆ ଛକରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ୩ ଜଣ ଯୁବକ ମୃତ୍ୟୁ ବରଣ କରିଛନ୍ତି। ମୃତ ଯୁବକମାନେ କୌଣସି କାର୍ଯ୍ୟ ସାରି ସୋରଡ଼ାରୁ ନିଜ ଗ୍ରାମ ମାଣିଆକାଠିକୁ ବୁଲେଟ୍ ମୋଟରସାଇକେଲ ଯୋଗେ ଫେରୁଥିବା ବେଳେ ଭାରସାମ୍ୟ ହରାଇ ଯାତ୍ରୀବାହୀ ବସ୍ “ଲକ୍ଷ୍ମୀ” ସହ ମୁହାଁମୁହିଁ ଧକ୍କା ଫଳରେ ବସ୍ ଚକା ତଳେ ଚାପି ହୋଇଯାଇଥିଲେ। ଘଟଣାସ୍ଥଳରେ ହିଁ ସେମାନଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଉଭୟ ଗାଡ଼ି କୁ ଜବତ କରି ମୃତ ଯୁବକଙ୍କ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button