ଓଡିଶା ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ହେଲେ ବବିତା ପାତ୍ର

ଭୁବନେଶ୍ବର: ରାଜ୍ୟ ସରକାର ଓଡିଶା ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷାଙ୍କ ନାମ। ସେ ହେଲେ ଶ୍ରୀମତୀ ବବିତା ପାତ୍ର। ଆଜି ରାଜ୍ୟ ସରକାର ଏକ ବିଜ୍ଞପ୍ତି ମାଧ୍ୟମରେ ତାଙ୍କ ନାମ ଘୋଷଣା କରିଛନ୍ତି। ଶିଶୁ ଅଧିକାର ଆଇନ ଆୟୋଗ, ୨୦୦୫ ର ଧାରା ୧୭ ଅନୁଯାୟୀ, ୩୦.୦୯.୨୦୧୦ ଠାରୁ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ (ଓଏସସିପିସିଆର) ଗଠନ କରାଯାଇଛି। ସେହିପରି ଏହି ଆୟୋଗରେ ଯେଉଁମାନଙ୍କୁ ସଦସ୍ୟା ଭାବେ ନିଆଯାଇଛି ସେମାନେ ହେଲେ- ସୁକେଶୀ ଓରାମ, କଳ୍ପନା ଲେଙ୍କା, ଚନ୍ଦନା ଦାସ, କସ୍ତୁରୀ ମିଶ୍ର, ମନସ୍ମିତା ଖୁଣ୍ଡିଆ, ସୁଜାତା ନାୟକ।