ଖୋର୍ଦ୍ଧା ବାଣ ବିସ୍ଫୋରଣରେ ୪ ମୃତ, ୪ ଗୁରୁତର

ଖୋର୍ଦ୍ଧା:ବର୍ତ୍ତମାନ ସମୟରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ଘର ଭିତରେ ବାଣ ବିସ୍ଫୋରଣ । ଦୋଳ ପୂର୍ଣ୍ଣିମା ପାଇଁ ବାଣ ଭିଡା ବେଳେ ଫୁଟିଲା ବାଣ। ଭୟଙ୍କର ବିସ୍ଫୋରଣରେ ଜଳିଗଲା ଘର । ଆଉ ଏଥିରେ ୪ ଜଣଙ୍କ ମୃତ୍ୟୁ ହୋଇଛି ।  ଟାଙ୍ଗୀ ଥାନା ଭୂଷଣ୍ଡପୁର ଗ୍ରାମରେ ଏହି ଅଘଟଣ ଘଟିଛି ।   ଦୋଳ ଉତ୍ସବ ପାଇଁ ବାଣ ପ୍ରସ୍ତୁତିବେଳେ ବାଣ ବିସ୍ଫୋରଣ ଘଟିଛି ।  ଦିନ ୧୧.୩୦ରେ ବାଣ ବିସ୍ଫୋରଣ  ହୋଇଥିବାବେଳେ ଘର ଭିତରେ ୪ ଜଣ ଫସି ରହିଥିଲେ । ଏତେ ଜୋରରେ ବାଣ ବିସ୍ଫୋରଣ ଘଟିଥିଲା ଯେ ଫସିଥିବା ଲୋକଙ୍କୁ ଉଦ୍ଧାର କରିବା ସମ୍ଭବପର ହୋଇନଥିଲା । ଏନେଇ ଖବର ପାଇ ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ହେଁ ପ୍ରବଳ ବିସ୍ଫୋରଣ ଯୋଗୁ ସେମାନେ ତୁରନ୍ତ ଘର ଭିତରକୁ ପଶି ପାରିନଥିଲେ । ନିଆଁ ଚାରିଆଡ଼େ ବ୍ୟାପି ଯିବା ସହ ଘର ଭିତରେ ଥିବା ବାଣ ଗୁଡ଼ିକ ବିସ୍ଫୋରଣ ହୋଇଥିଲା। ଯାହାଫଳରେ ସେହି ଘରେ ଫଶି ରହସିଥିବା ୮ଜଣ ବ୍ୟକ୍ତି ବାହାରକୁ ବାହାରି ପାରିନଥିଲେ।  ତେବେ ପରେ ନିଆଁକୁ ଆୟତ୍ତ କରିବା ପରେ ଘର ଭିତରୁ ୪ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ଏଥିସହ ଆଉ ୪ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାକୁ ପଠାଯାଇଛି । ତେବେ ମୃତକଙ୍କ ପରିଚୟ ସମ୍ପର୍କରେ ବର୍ତ୍ତମାନ ସୁଦ୍ଧା କିଛି ଜଣାପଡ଼ିନାହିଁ ।

Related Articles

Leave a Reply

Your email address will not be published.

Back to top button