ସ୍ୱାଧୀନତା ଦିବସକୁ ନେଇ ସୁରକ୍ଷା ଏଜେନ୍ସିଙ୍କ ଆଲର୍ଟ

ବହୁ ରାଜ୍ୟରେ ପହଞ୍ଚିଛି ଆଇଇଡି ଓ ଏକେ-୪୭

ନୂଆଦିଲ୍ଲୀ: ଅଗଷ୍ଟ ୧୫କୁ ନେଇ ଦେଶର ସୁରକ୍ଷା ଏଜେନ୍ସିଗୁଡ଼ିକ ଆଲର୍ଟ ମୋଡ୍‌ରେ ରହିଛନ୍ତି । ଏହା ସହିତ ଦିଲ୍ଲୀ ପୁଲିସ ସମେତ ସମସ୍ତ ରାଜ୍ୟର ପୁଲିସ୍‌କୁ ଆଲର୍ଟ ରହିବାକୁ କୁହାଯାଇଛି । ଲାଲକିଲ୍ଲା ଉପରେ ଆକ୍ରମଣ ନେଇ ଏଜେନ୍ସିଗୁଡ଼ିକ ଦିଲ୍ଲୀ ପୁଲିସକୁ ସ୍ପେଶିଫିକ୍ ଆଲର୍ଟ ଜାରି କରିଛନ୍ତି । ପାକିସ୍ତାନରୁ ଡ୍ରୋନ୍ ଜରିଆରେ ବର୍ଡର୍ ରାସ୍ତା ଦେଇ କେତେକ ଆଇଇଡି ଭାରତର ବିଭିନ୍ନ ସ୍ଥାନକୁ ପଠାଯାଇଛି ଏବଂ ଏହାକୁ ନେଇ ଆଲର୍ଟ ରହିବାକୁ ସୁରକ୍ଷା ଏଜେନ୍ସି ଦିଲ୍ଲୀ ପୁଲିସ ସମେତ ସମସ୍ତ ରାଜ୍ୟ ପୁଲିସକୁ ବ୍ରିଫ୍ କରିଛନ୍ତି । ସେହିପରି ଡ୍ରୋନ୍ ମାଧ୍ୟମରେ ଏକେ-୪୭ ସମେତ କେତେକ ଅସ୍ତ୍ରଶସ୍ତ୍ର ଦେଶର ବିଭିନ୍ନ ସ୍ଥାନକୁ ପଠାଯାଇଥିବା ଏଜେନ୍ନିଗୁଡ଼ିକ ପକ୍ଷରୁ ସତର୍କ କରାଯାଇଛି ।

ଦିଲ୍ଲୀ ପୁଲିସକୁ ସୁରକ୍ଷା ଏଜେନ୍ସିଗୁଡ଼ିକ ଲୋନ୍ ବୁଲ୍‌ଫ ଆଟାକ୍ ସୂଚନା ମଧ୍ୟ ଦେଇଛନ୍ତି । ଏହା ଅନ୍ତର୍ଗତ ଭିଡ଼ରେ ଯେକୌଣସି ପ୍ରକାର ଆକ୍ରମଣ କରାଯାଇପାରେ । ଫଳରେ ସ୍କ୍ରିନିଂ ଓ ଚେକିଂକୁ କଡ଼ାକଡ଼ି କରିବାକୁ କୁହାଯାଇଛି । ଗୁଡ଼ି ମାଧ୍ୟମରେ ଆକ୍ରମଣ କରାଯିବାର ଆଲର୍ଟ ମଧ୍ୟ ଜାରି ହୋଇଛି । ଲାଲକିଲ୍ଲା ଆଖପାଖରେ ସମ୍ପୂର୍ଣ୍ଣ ଭାବେ ଗୁଡ଼ିଉଡ଼ା ଉପରେ ବ୍ୟାନ୍ ସହ ନଜର ରଖିବାକୁ କୁହାଯାଇଛି । ବୈଶାଖି ଜରିଆରେ ଆକ୍ରମଣର ଇନ୍‌ପୁଟ୍ ମଧ୍ୟ ଦିଆଯାଇଛି । ବୈଶାଖିରେ ସନ୍ଦିଗ୍ଧ ବିସ୍ଫୋରକ ଲଗାଇ କେହି ଆକ୍ରମଣ କରିବାରେ, ତେଣୁ ସ୍କ୍ରିନିଂକୁ କଡ଼ାକଡ଼ି ହେବା ଉଚିତ । ନିକଟରେ ଜାତୀୟ ଯାଞ୍ଜ୍ ଏଜେନ୍ସି (ଏନ୍‌ଆଇଏ) ଦିଲ୍ଲୀ ତଲାସୀ ଅଭିଯାନ ବେଳେ ଆଇଏସ୍‌ଆଇଏସ୍ ଗତିବିଧି ସହ ସାମିଲ ଜଣେ ଅଭିଯୁକ୍ତକୁ ଗିରଫ କରିଥିଲା । ଗିରଫ ବ୍ୟକ୍ତି ନୂଆଦିଲ୍ଲୀର ବାଟ୍‌ଲା ହାଉସ୍ ନିବାସୀ ମହମ୍ମଦ ଅହମଦ ବୋଲି ଜଣାପଡ଼ିଥିଲା ।

Related Articles

Leave a Reply

Your email address will not be published.

Back to top button