ରୁଦ୍ରାକ୍ଷ ଧାରଣର ଧାର୍ମିକ ମହତ୍ତ୍ୱ

ଦେବ ଦେବ ମହାଦେବଙ୍କ ପୂଜାରେ ରୁଦ୍ରାକ୍ଷର ବିଶେଷ ମହତ୍ତ୍ୱ ଅଛି । ଏହାର ଉତ୍ପତ୍ତିକୁ ନେଇ ମଧ୍ୟ ଅନେକ ପୌରାଣିକ କଥା ପ୍ରଚଳିତ । ‘ରୁଦ୍ର’ ଓ ‘ଅକ୍ଷ’ ଏହି ଦୁଇ ଶବ୍ଦରୁ ସୃଷ୍ଟି ହୋଇଛି “ରୁଦ୍ରାକ୍ଷ’ । “ରୁଦ୍ର’ର ଅର୍ଥ “ଭଗବାନ ଶିବ’ ହୋଇଥିବା ବେଳେ ‘ଅକ୍ଷ’ର ଅର୍ଥ ‘ଶିବଙ୍କ ଚକ୍ଷୁ’ । ତେବେ ଏହାକୁ ଧାରଣ କରିବା ଦ୍ୱାରା ମହାଦେବଙ୍କ କୃପା ଲାଭ ହୁଏ ।

ରୁଦ୍ରାକ୍ଷ ଧାରଣ କଲେ ନକାରାତ୍ମକ ଶକ୍ତି ପାଖ ମାଡ଼ି ନ ଥାଏ । ସେହିପରି ଅଲଗା ଅଲଗା ମୁଖଯୁକ୍ତ ରୁଦ୍ରାକ୍ଷ ଭିନ୍ନ ଭିନ୍ନ ଦେବତାଙ୍କୁ ସମର୍ପିତ । ଅବଶ୍ୟ ପଂଚମୁଖୀ ରୁଦ୍ରାକ୍ଷକୁ ଯେକେହି ବି ଧାରଣ କରିପାରିବେ । ଅନ୍ୟପଟେ ମେଷ, ବିଛା ଓ ଧନୁ ରାଶିଙ୍କ ପାଇଁ ତିନିମୁଖୀ ରୁଦ୍ରାକ୍ଷ ଧାରଣ ଅତ୍ୟନ୍ତ ଶୁଭ ବୋଲି କୁହାଯାଇଛି ।

Related Articles

Leave a Reply

Your email address will not be published.

Back to top button