୩୨ ଏକର ଜମିର ମାଲିକ ମାଙ୍କଡ଼

ମହାରାଷ୍ଟ୍ର ଓସମାନବାଦ ଜିଲ୍ଲାର ଉପଲା ଗାଁର ଗ୍ରାମବାସୀ ୩୨ ଏକର ଜାଗାକୁ ମାଙ୍କଡ଼ ନାଁରେ ପଞ୍ଜିକୃତ କରିଛନ୍ତି । ମାଙ୍କଡକୁ ଦିଆଯାଇଥିବା ଏହି ଦୁର୍ଲଭ ସମ୍ମାନ ଏବେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି । ମାଙ୍କଡ଼ ଏଠାରେ ସମସ୍ତଙ୍କ ଘରକୁ ଯାଏ । ତେବେ ଯେତେବେଳେ ଏହା ଯେଉଁ ଘରେ ଯାଇ ପହଞ୍ଚେ, ସେଠାରେ ତାକୁ ଖାଇବାକୁ ଦିଆଯାଏ । ଏଠାରେ ବିବାହ ଆଦି ଉତ୍ସବରେ ମାଙ୍କଡ଼କୁ ସମ୍ମାନ ପ୍ରଦାନ କରାଯାଏ । ଏପରିକି ପୂର୍ବରୁ ମାଙ୍କଡ଼କୁ ସମ୍ମାନ ଦେବା ପରେ ହିଁ ବାହାଘର ଅନୁଷ୍ଠିତ ହେଉଥିଲା । ମାତ୍ର ଏବେ ଏ ପ୍ରଥା ଆଉ ନାହିଁ । ଏବେ ଏହି ଗାଁରେ ଶହେ ମାଙ୍କଡ଼ ଅଛନ୍ତି । ଅବଶ୍ୟ ଏହାର ସଂଖ୍ୟା ଦିନକୁ ଦିନ କମ୍ ହେଉଛି । କାରଣ ମାଙ୍କଡ଼ ଗୋଟିଏ ସ୍ଥାନରେ ବେଶି ଦିନ ରହି ନ ଥାନ୍ତି । ସେହିପରି ଜମି ରେକର୍ଡରୁ ଉପଲା ଗ୍ରାମପଂଚାୟତ ଜାଣିବାକୁ ପାଇଛି ମାଙ୍କଡ଼ ନାଁରେ ୩୨ ଏକର ଜମି କରାଯାଇଛି । କିଏ ଓ କେଉଁ ଉଦ୍ଦେଶ୍ୟରେ କରିଛି, ତାହାର କାରଣ ସ୍ପଷ୍ଟ ଜଣାପଡ଼ି ନାହିଁ । ଏବେ ଏହି ସ୍ଥାନରେ ବନବିଭାଗ ବୃକ୍ଷରୋପଣ କରିବ ଏବଂ ଏଠାରେ ଥିବା ଏକ ପରିତ୍ୟକ୍ତ ଘରକୁ ମଧ୍ୟ ଭାଙ୍ଗି ଦିଆଯାଇଛି ।

Related Articles

Leave a Reply

Your email address will not be published.

Back to top button