ଷ୍ଟାଇଲିଶ ଲୁକ୍ ଦିଏ ଶାଲ୍

ଥଣ୍ଡା ପ୍ରକୋପରୁ ରକ୍ଷା ପାଇଁ ଶୀତଦିନେ ଅଧିକାଂଶ ମହିଳା ଶାଲ୍‌ ବ୍ୟବହାର କରିଥାନ୍ତି। ତେବେ କେବଳ ଶୀତବସ୍ତ୍ର ଭାବେ ନୁହେଁ ବରଂ କୌଣସି ଟ୍ରିପ୍‌, ହ୍ୟାଙ୍ଗ୍‌ ଆଉଟ୍‌ ହେଉ କି ଓ୍ବଣ୍ଟର ଫଟୋଶୁଟ୍‌ ପାଇଁ ମଧ୍ୟ ଭଳିକି ଭଳି ଶାଲ୍‌ର ବଢୁଛି ଡିମାଣ୍ଡ…

– ହ୍ୟାଙ୍ଗଆଉଟ୍‌ରେ ଯାଉଥିଲେ ଫ୍ଲୋରାଲ୍‌ ଶାଲ୍‌ କ୍ୟାରି କରନ୍ତୁ। ବ୍ରାଇଟ୍‌ କଲର ଏବଂ ଫ୍ଲୋରାଲ୍‌ ପ୍ରିଣ୍ଟ୍‌ ଥିବା ଏହି ଶାଲ୍‌କୁ ଜିନ୍ସ କିମ୍ବା କୁର୍ତ୍ତି ସହ ଟିମ୍‌ଅପ୍‌ କରି ପିନ୍ଧିପାରିବେ। ଏହା ଦେଖିବାକୁ କଲର୍‌ଫୁଲ୍‌ ହୋଇଥିବାରୁ ଏଥିରେ ଫଟୋଶୁଟ୍‌ କଲେ ସୁନ୍ଦର ଲାଗିବେ।

– ପଶ୍‌ମିନା ଶାଲ୍‌ ଦେଖିବାକୁ ବହୁତ ସୁନ୍ଦର। ଏଥିରେ ହୋଇଥିବା ଫ୍ଲୋରାଲ୍‌ ଆର୍ଟ ଯୋଗୁ ଶାଲ୍‌ଟି ଆକର୍ଷଣୀୟ ଦେଖାଯାଏ। ଏହି ଶାଲ୍‌ର ବିଭିନ୍ନ ଭେରାଇଟି ଓ ଡିଜାଇନ୍‌ ମାର୍କେଟ୍‌ରେ ଉପଲବ୍ଧ। ଶାଲଓ୍ବାର୍‌ ସୁଟ୍‌ରେ ଏହି ଶାଲ୍‌କୁ କ୍ୟାରି କରିପାରିବେ।

– କଶ୍ମରୀ ଶାଲ୍‌ର ବର୍ଡର ହିଁ ତାକୁ ଆଟ୍ରାକ୍ଟିଭ୍‌ କରିଥାଏ। ଏହାକୁ ଯେକୌଣସି ଏଥିନିକ୍‌ ଡ୍ରେସ୍‌ ସହ ଟିମ୍‌ଅପ୍‌ କରିପାରିବେ। ଖାସ୍‌ କରି ଶାଢ଼ି ସହ କ୍ୟାରି କରନ୍ତୁ କ୍ଲାସି ଲୁକ୍‌ ପାଇବେ।

– ସମସ୍ତେ ଲାଟେଷ୍ଟ ଫ୍ୟାଶନ୍‌ର ସବୁ କ୍ୟାରି କରିବାକୁ ପସନ୍ଦ କରନ୍ତି। ଷ୍ଟ୍ରିପ୍‌ ଡିଜାଇନ୍‌ ସବୁବେଳେ ଆପଣଙ୍କ ଫ୍ୟାଶନ୍‌ ଲିଷ୍ଟ୍‌ରେ ରହୁଥିବ। ତେବେ ଷ୍ଟ୍ରିପ୍‌ର ଶାଲ୍‌ ଥରେ ଟ୍ରାଏ କରନ୍ତୁ। ମାକେର୍ଟରେ ଏହାର ଅନେକ ଭେରାଇଟି ଆପଣଙ୍କୁ ମିଳିଯିବ। ଏହି ଶାଲ୍‌କୁ ଜିନ୍ସ ସହ କ୍ୟାରି କରନ୍ତୁ ଷ୍ଟାଇଲିଶ୍‌ ଦେଖାଯିବେ।

– ବେଲ୍ଟ ସବୁ ଆଉଟ୍‌ପିଟ୍‌ରେ ୟୁନିକ୍‌ ଲୁକ୍‌ ଦେଇଥାଏ। ତେବେ ଶାଲ୍‌ରେ ବେଲ୍ଟ ବ୍ୟବହାର କରି ଡିଫରେଣ୍ଟ ଲୁକ୍‌ ପାଇପାରିବେ। ଯେକୌଣସି ଓ୍ବେଷ୍ଟର୍ନ କିମ୍ବା ଟ୍ରାଡିସନାଲ୍‌ ଡ୍ରେସ୍‌ରେ ଶାଲ୍‌ କ୍ୟାରି କରୁଥିବାବେଳେ ବେଲ୍ଟ ମଧ୍ୟ ଟିମ୍‌ଅପ୍‌ କରନ୍ତୁ। ଶାଲ୍‌କୁ କହୁଣି ଯାଏଁ ରଖି ନିଜ ଫେଭରେଟ୍‌ ବେଲ୍ଟ ବାନ୍ଧି ନିଅନ୍ତୁ, ଦେଖିବେ ଟ୍ରେଣ୍ଡି ଲାଗିବେ।

– ବର୍ତ୍ତମାନ ପୋଞ୍ଚ ଷ୍ଟାଇଲ୍‌ ଟ୍ରେଣ୍ଡରେ ଅଛି। ଶାଲ୍‌ରେ ମଧ୍ୟ ପୋଞ୍ଚ ଷ୍ଟାଇଲ୍‌ କରି ଷ୍ଟାଇଲିଶ୍‌ ଲୁକ୍‌ ପାଇପାରିବେ। ଏହି ଷ୍ଟାଇଲରେ ଶାଲ୍‌କୁ ଘୋଡ଼େଇ ଆଗ ପଟରୁ ସେପ୍ଟିପିନ୍‌ ଲଗାନ୍ତୁ।

– ଶାର୍ଟ ଭଳି ଶାଲ୍‌ର ଦୁଇ ପଟକୁ ଯୋଡିବା ପାଇଁ ବହୁ ପିନ୍‌ ବ୍ୟବହାର କରନ୍ତୁ। ଏହି ଷ୍ଟାଇଲ୍‌କୁ ଆପଣ ଓ୍ବେଷ୍ଟର୍ନ ଆଉଟ୍‌ଫିଟ୍‌ ସହ କ୍ୟାରି କରନ୍ତୁ ଷ୍ଟାଇଲିଶ୍‌ ଲାଗିବେ।

– ଶାଲ୍‌କୁ ଆପଣ ସ୍ରଗ୍‌ ଭାବରେ ମଧ୍ୟ ବ୍ୟବହାର କରିପାରିବେ। ସ୍ରଗ୍‌ ପିନ୍ଧିବା ଷ୍ଟାଇଲ୍‌ ଯାହା କେବେ ବି ଆଉଟ୍‌ ଅଫ୍‌ ଫ୍ୟାଶନ ହୁଏ ନାହିଁ। ତେଣୁ ଏହାକୁ ଟ୍ରାଏ କରି ଆପଣ ଷ୍ଟାଇଲିଶ୍‌ ଦେଖାଯିବେ।

Related Articles

Leave a Reply

Your email address will not be published. Required fields are marked *

Back to top button