ଷ୍ଟାଇଲ୍‌ରେ ଅର୍ଗାଞ୍ଜା ଫେଶନ୍‌

ଏବେ ମହିଳାଙ୍କ ପ୍ରଥମ ପସନ୍ଦ ପାଲଟିଛି ଅର୍ଗାଞ୍ଜା ଫେଶନ । ପର୍ବପର୍ବାଣି ତଥା କାଜୁଆଲ ଆଉଟଫିଟ୍ ଭାବେ ଏହାକୁ ଯେକେହି ପିନ୍ଧିପାରିବେ । ତେବେ ଏହାକୁ କେବଳ ଶାଢ଼ି ଭାବେ ନୁହେଁ, ଏହାର କୁର୍ତ୍ତା, ଓଢ଼ଣି, ଲେହଙ୍ଗା ଓ ସ୍ରଗ୍‌ର ଚାହିଦା ଢ଼େର ବେଶି ।
– ସୂତା, ଜର୍ଜେଟ୍‌, ସିଫନ୍ ଆଦି କୁର୍ତ୍ତା ସହ ଏହାକୁ କ୍ୟାରି କରିପାରିବେ ।


– ଏହାକୁ ବିଭିନ୍ନ ଷ୍ଟାଇଲିସ୍ ବ୍ଲାଉଜ୍ ସହ ପିନ୍ଧିବା ସମ୍ଭବ । ସେହିପରି ଶାଢ଼ି ସହିତ ବେଲ୍‌ଟ୍ ପିନ୍ଧିଲେ ଅଧିକ ଆକର୍ଷଣୀୟ ଲାଗିଥାଏ ।
– କୌଣସି ଉତ୍ସବ ତଥା ପାର୍ଟିରେ ଅର୍ଗାଞ୍ଜା କୁର୍ତ୍ତା ଓ ଶାଢ଼ି ପିନ୍ଧିପାରିବେ ।
– ବାହାଘରରେ ଅର୍ଗାଞ୍ଜା ଲେହେଙ୍ଗାରୁ ଷ୍ଟାଇଲିସ୍ ଲୁକ୍ ମିଳିଥାଏ ।
– ବିଶେଷକରି ଯୁବତୀମାନେ ଅର୍ଗାଞ୍ଜା ଲେହଙ୍ଗା ଓ ଶାଢ଼ିକୁ ହଳଦି ତଥା ମେହେନ୍ଦି ଉତ୍ସବରେ ପିନ୍ଧିବାକୁ ଭଲପାଉଛନ୍ତି ।

Related Articles

Leave a Reply

Your email address will not be published.

Back to top button