ଖାଲି କଫ୍ ସିରପ୍ ନୁହେଁ ଜ୍ୱର ମେଡିସିନ୍ ବି ଆମ ପାଇଁ ବିଷ !

ସାଧାରଣତଃ ଆମ ଦେହ ଖରାପ ହେଲେ କିମ୍ବା ଦେହ ହାତ ବିନ୍ଧା ହେଲେ ଆମେ କଫ୍ ସିରପ୍ କିମ୍ବା ମେଡିସିନ୍ ଖାଇଥାଉ । କିନ୍ତୁ ଆପଣ ଜାଣିଛନ୍ତି କି ଏହି ମେଡିସିନ୍ ଖାଇବା ଦ୍ୱାରା ଆପଣଙ୍କ ଦେହ ଭଲ ହେବା ପରିବର୍ତ୍ତେ ଆହୁରୀ ଖରାପ ହେବା ସହ ଆପଣଙ୍କ ଜୀବନ ପ୍ରତି ମଧ୍ୟ ବିପତ୍ତି ସୃଷ୍ଟି କରେ । ଆଶ୍ଚର‌୍ୟ୍ୟ ହୁଅନ୍ତୁ ନାହିଁ କାରଣ ଏହା ଶତ ପ୍ରତିଶତ ସତ କଥା ଅଟେ । ତେବେ ପୁରା ସତ୍ୟାସତ୍ୟ ଜାଣିବାକୁ ଚାହୁଁଥିଲେ ଆସନ୍ତୁ ନଜର ପକାଇବା ପୁରା ଖବର ଉପରେ । ଭାରତୀୟ ମେଡିସିନ୍ କମ୍ପାନୀଙ୍କ କଫ୍ ସିରପ୍ ଖାଇ ଗାମ୍ବିଆ ଓ ଆଫ୍ରିକୀୟ ଦେଶରେ ୬୬ଜଣ ପିଲାଙ୍କ ମୃତ୍ୟୁ ହୋଇଯାଇଥିବା କଥା ତ ଆପଣ ନିଶ୍ଚିନ୍ତ ଶୁଣିଥିବେ। ଯେଉଁ କାରଣରୁ କେତେକ ମେଡିସିନ୍ କମ୍ପାନୀଙ୍କ ମେଡିସିନ୍ର ନମୁନାକୁ ପରୀକ୍ଷଣ ପାଇଁ ପଠାଯାଇଥିଲା, ଯାହାକି ବିଫଳ ହୋଇଥିବା ଜଣାପଡ଼ିଛି। ତେବେ ସେଣ୍ଟାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେସନ (ସିଡିଏସସିଓ)ଙ୍କ ପକ୍ଷରୁ ଗତମାସରେ ଜାରି ରିପୋର୍ଟରେ ପାଖାପାଖି ୪୫ଟି ଔଷଧର ନମୁନାର ଗୁଣମାନ ଖରାପ ଥିବା ଜଣାପଡ଼ିଥିଲା ।ଏହି ମେଡିସିନ୍ ମାନଙ୍କ ମଧ୍ୟରୁ ୧୩ଟି ହିମାଚଳ ପ୍ରଦେଶ ସ୍ଥିତ ମେନୁଫେକ୍ଚରିଂ ୟୁନିଟର ବୋଲି ଜଣାପଡ଼ିଛି। ତେବେ ଆପଣ ଜାଣି ଆଶ୍ଚର‌୍ୟ୍ୟ ହେବେ କି ସାମାନ୍ୟ ଦେହ ଖରାପ କିମ୍ବା ଜ୍ୱର ଲାଗିଲେ ଆମେ ଖାଉଥିବା ପାରାସିଟାମଲ ମଧ୍ୟ ଏହି ମେଡିସିନ ମାନଙ୍କ ମଧ୍ୟରେ ଅଛି । ‘ଦି ଟ୍ରିବ୍ୟୁନ’ର ଏକ ରିପୋର୍ଟ ଅନୁସାରେ ଚଳିତବର୍ଷ ମେ ମାସରେ ଆସିଷ୍ଟାଣ୍ଟ ଡ୍ରଗ କଣ୍ଟ୍ରୋଲର ଏଣ୍ଡ ଲାଇସେନସିଂ ଅଥରିଟି, ନୂଆଦିଲ୍ଲୀ ଗ୍ଲେନମାର୍କ ଫାର୍ମାସ୍ୟୁଟିକାଲ ଲିମିଟେଡର ଯାଞ୍ଚ କରିଥିଲେ ଓ ଏହାର ଏକ ଔଷଧ ଟେଲମିସାର୍ଟାନ୍ (ଉଚ୍ଚ ରକ୍ତଚାପରେ ବ୍ୟବହୃତ ହେଉଥିବା ଔଷଧ)କୁ ଡ୍ରଗସ୍ ଏଣ୍ଡ କସମେଟିକ୍ ଆକ୍ଟ ୧୪୦ର ଧାରା ୧୭ବି(ଇ)ରେ ସନ୍ଦେହ ଯୁକ୍ତ  କହିଥିଲେ। ମୋହାଲୀସ୍ଥିତ ଏହି ଔଷଧ କମ୍ପାନୀର ଅଫଲୋକ୍ସାସିନ୍ ଓ ଅର୍ନିଡାଜୋଲ୍ ଆଣ୍ଟିବୋୟାଟିକ୍ର ନମୁନା ମଧ୍ୟ ପରୀକ୍ଷଣ ମାନକରେ ଉତୀର୍ଣ୍ଣ ହୋଇପାରିନଥିଲା। ସେହିପରି ଚଣ୍ଡିଗଡସ୍ଥିତ ଔଷଧ କମ୍ପାନୀରେ ନିର୍ମିତ ଆଣ୍ଟିବୋୟାଟିକ୍ ଜେଣ୍ଟାମାଇସିନ୍ ଇଞ୍ଜେକ୍ସନ ବେକ୍ଟୋରିୟଲ ଏଣ୍ଡୋଟୋକ୍ସିନ୍ସ ଓ ଷ୍ଟେରିଲିଟି ଟେଷ୍ଟ ପାସ୍ କରିପାରିନଥିଲା। ନିକଟରେ ହିମାଚଳରେ ନିକ୍ସି ଲାବୋରେଟରିଜ ଯାଞ୍ଚ ପରିସରକୁ ଆସିଥିଲା। କାରଣ ଏହି ଔଷଧ କମ୍ପାନୀ ପ୍ରସ୍ତୁତ ଏକ ଔଷଧ ଆନାସ୍ଥେସିଆ ପ୍ରୋଫୋଫଲ ଗୁଣମାନ ଯାଞ୍ଚରେ ବିଫଳ ହୋଇଥିଲା। ଔଷଧର ନମୁନା ଚଣ୍ଡିଗଡ ପିଜିଆଇଏମଇଆର ଏମର୍ଜେନ୍ସୀ ୱାର୍ଡରୁ ଏକତ୍ର କରାଯାଇଥିଲା।ଏହି ଔଷଧ ଯୋଗୁ ୫ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିଲା। ଅସ୍ତ୍ରୋପଚାର ଲାଗି ରୋଗୀଙ୍କୁ ବେହୋସ କରିବା ଲାଗି ଏହି ଔଷଧ ଦିଆଯାଇଥିଲା। ତେବେ ରୋଗୀ ପୁଣି ଥରେ ଜୀବନ ଫେରି ପାଇନଥିଲେ।  ହିମାଚଳ ଔଷଧ କମ୍ପାନୀକୁ ଏହି ବ୍ୟାଚ୍ର ସମସ୍ତ ଔଷଧ ଫେରସ୍ତ ନେବାକୁ କୁହାଯାଇଥିଲା।

Related Articles

Leave a Reply

Your email address will not be published.

Back to top button