ବାଇକ୍‌ରେ ଇଡ୍‌ଲି ଷ୍ଟଲ୍‌

ଫରିଦାବାଦ୍‌ର ଅବିନାଶ ବାଇକ୍‌ରେ ବିକ୍ରି କରୁଛନ୍ତି ଇଡ୍‌ଲି ଓ ସାମ୍ବର । ସେ ଜଣେ ବିକମ୍ ଗ୍ରାଜୁଏଟ୍ । ତେବେ ସେ ତାଙ୍କ ଶିକ୍ଷାଗତ ଯୋଗ୍ୟତାକୁ ଦୃଷ୍ଟିରେ ରଖି ତାଙ୍କ ଷ୍ଟଲ୍‌ର ନାଁ ରଖିଛନ୍ତି ‘ବିକମ୍ ଇଡ୍‌ଲି ୱାଲେ’ । ପ୍ରତିଦିନ ସକାଳ ୧୦ଟାରୁ ଅପରାହ୍ନ ଦୁଇଟା ପର୍ଯ୍ୟନ୍ତ ସେ ବାଇକ୍‌ରେ ଇଡ୍‌ଲି ଓ ସାମ୍ବର ବିକ୍ରି କରନ୍ତି । ଗୋଟିଏ ପ୍ଲେଟ୍ ଇଡ୍‌ଲିର ଦାମ୍ ହେଉଛି ୨୦ ଟଙ୍କା । ସେ ଏ ବ୍ୟବସାୟ ଆରମ୍ଭ କରିବା ର୍ପୂବରୁ ମ୍ୟାକଡୋନାଲ୍ଡରେ କାମ କରିଥିଲେ । ଅର୍ଥାଭାବ ସମସ୍ୟା ସୃଷ୍ଟି ହେବାରୁ ସେ ଏହି ବ୍ୟବସାୟ ଆରମ୍ଭ କରିବା ନିଷ୍ପତ୍ତି ନେଲେ । ସେହିପରି ଗତ ତିନି ମାସ ପର୍ଯ୍ୟନ୍ତ ତାଙ୍କୁ କେଉଁଠି ନିଯୁକ୍ତି ନ ମିଳିବାରୁ ଶେଷରେ ସେ ଇଡ୍‌ଲି ସାମ୍ବର ବ୍ୟବସାୟ କରିବା ଚିନ୍ତା କଲେ । ଏହାର ପ୍ରସ୍ତୁତିରେ ତାଙ୍କ ସ୍ତ୍ରୀ ତାଙ୍କୁ ସହଯୋଗ କରିଥାନ୍ତି । ଅବିନାଶଙ୍କର ଗୋଟିଏ ପୁଅ ଅଛି । ଅବଶ୍ୟ ଅବିନାଶଙ୍କର ଏହି କର୍ତ୍ତବ୍ୟବୋଧକୁ ଦେଖି ଲୋକମାନେ ପ୍ରଶଂସା କାରୁଛନ୍ତି ।

Related Articles

Leave a Reply

Your email address will not be published.

Back to top button