୨୪ କ୍ୟାରେଟ୍ ସୁନା ଖାଦ୍ୟ

ପୂର୍ବରୁ ରାଜା ମହାରାଜାମାନେ ସୁନା ଥାଳିରେ ଖାଦ୍ୟ ଖାଉଥିବା କୁହାଯାଏ । ତେବେ ଏବେ ସୁନା ଖାଦ୍ୟର ଚାହିଦା ବଢ଼ିଛି । ସୁନା ଭଳି ଦାମୀ ଜିନିଷକୁ ଆଜିକାଲି ବିଭିନ୍ନ ଖାଦ୍ୟରେ ଉପଯୋଗ କରାଯାଏ ତାହାକୁ ଏକ ନୂଆ ରୂପ ପ୍ରଦାନ କରାଯାଉଛି । ଏହା ଦ୍ୱାରା ଖାଦ୍ୟର ଆକର୍ଷଣ ବଢ଼ିବା ଏବଂ ଦାମ୍ ମଧ୍ୟ ବଢ଼ୁଛି ।
ଆଇସ୍‌କ୍ରିମ୍‌: ଦିଲ୍ଲୀର ‘ଦେ ଜାଗ’୍‌ରେ ସୁନା ଆଇସକ୍ରିମ୍ ମିଳିଥାଏ । ଆଇସକ୍ରିମ୍‌ରେ ସୁନେଲି ସୁଗାର ବଲ୍ ଖଞ୍ଜା ଯାଏ । ଏହା ପରେ ସେଥିରେ ଆଇସକ୍ରିମ୍ ଭର୍ତ୍ତି କରାଯାଏ । ଏଥିରେ ଡ୍ରାଏ ଫ୍ରୁଟ୍‌ଠୁ ଆରମ୍ଭ କରି ଚକୋଲେଟ୍‌, ମାକରୋନ୍ସ ଆଦି ଥାଏ । ଶେଷରେ ଆଇସକ୍ରିମ୍‌କୁ ୨୪ କ୍ୟାରେକଟ୍ ସୁନା ପରତରେ ଆବୃତ୍ତ କରାଯାଇ ପରଷା ଯାଏ । ତେବେ ଏହି ସୁନା ଆଇସକ୍ରିମ୍‌ର ଦାମ୍ ହେଉଛି ୫୦୦ ଟଙ୍କା ।

ଚିକେନ୍ ଟିକା: ଦିଲ୍ଲୀର ‘ଜିକେ’ରେ ପରଷା ଯାଏ ୨୪ କ୍ୟାରେଟ୍ ଗୋଲ୍‌ଡ ପାଟି ସୁଆଦିଆ ଚିକେନ ଟିକା । ଚିକେନ୍ ଟିକାକୁ ପ୍ରସ୍ତୁତ କରିବା ପରେ ତାହାକୁ ସୁନା ପରତରେ ସଜାଇ ଦିଆଯାଏ । ଗୋଟିଏ ପ୍ଲେଟ୍ ଚିକେନ୍ ଟିକାର ମୂଲ୍ୟ ୨୧୦୦ ଟଙ୍କା ।
ପାନ: ଖଣ୍ଡେ ପାନର ଦାମ୍ ୬୦୦ ଟଙ୍କା । ଶୁଣିବାକୁ ଅଜବ ଲାଗିଲେ ବି ଏହା ସତ । ତେବେ ଏହି ପାନ ସାଧାରଣ ପାନଠାରୁ ସମ୍ପୂର୍ଣ୍ଣ ଭିନ୍ନ । ଦିଲ୍ଲୀର ୟାମୁ ପଞ୍ଚାୟତରେ ରାଜକୀୟ ପାନ ମିଳିଥାଏ । ପାନ ପ୍ରେମୀଙ୍କ ପାଇଁ ଏହା ଏକ ସୁନ୍ଦର ସ୍ଥାନ । ଖଜୁରି, ଲବଙ୍ଗ, ଗୁଲକନ୍ଦ, ମିଠା ଚଟଣି, ଚେରି, ନଡ଼ିଆ ସହ ସୁନା ପରତ ଦିଆଯାଇ ଏହି ପାନ ଭଙ୍ଗା ଯାଏ ।


ବର୍ଗର: ଦୁବାଇରେ ମିଳିଥାଏ ସ୍ୱାଦିଷ୍ଟ ଆମିଷ ଓ ନିରାମିଷ ୨୪ କ୍ୟାରେଟ୍ ସୁନା ବର୍ଗର । ସାଧାରଣ ବର୍ଗର ଠାରୁ ଏହା କେବଳ ଅଲଗା ଦେଖାଯାଏ ତାହା ନୁହେଁ, ଏହାର ଆକାର ବି ଖୁବ୍ ବଡ଼ । ଆମିଷ ସୁନା ବର୍ଗରର ମୂଲ୍ୟ ୮୧୫ ଟଙ୍କା ଥିବା ବେଳେ ନିରାମିଷ ବର୍ଗରର ଦାମ୍ ଅଛି ୬୪୫ ଟଙ୍କା ।


କୁଲଚା: ଦିଲ୍ଲୀର ଲୋକପ୍ରିୟ ଖାଦ୍ୟ ମଧ୍ୟରୁ ଅନ୍ୟତମ କୁଲ୍‌ଚା । ଶାଲିମାର ବାଗ୍‌ର ଅମ୍ରିତସରି କୁଲ୍‌ଚା ଫ୍ୟାକ୍ଟ୍ରିରେ ପ୍ରସ୍‌ୁତ ହୁଏ ୨୪ କ୍ୟାରେଟ୍ ଗୋଲ୍ଡ ପ୍ଲେଟେଡ୍ କୁଲଚା । ଏହି ଅମ୍ରିତସରି ସୁନା କୁଲଚାକୁ ଛୋଲେ ଓ ଡାଲି ସହ ଗ୍ରାହକଙ୍କୁ ପରଷା ଯାଏ ।


ଦୋସା: ବେଙ୍ଗାଲୁରୁର ‘ରାଜଭୋଗ’ ରେସ୍ତୋରାଁରେ ମିଳିଥାଏ ସ୍ୱାଦିଷ୍ଟ ୨୪ କ୍ୟାରେଟ୍ ସୁନା ଦୋସା । ଏହାକୁ ଅଲିଭ୍ ତେଲରେ ତିଆରି କରାଯାଏ । ଏହି ସୁନା ଦୋସାର ଦାମ୍ ୧୦୧୧ ଟଙ୍କା । ସେହିପରି ଏଠାରେ ସିଲ୍‌ଭର୍ ଫଏଲ ଦୋସା ମଧ୍ୟ ମିଳିଥାଏ ।

Related Articles

Leave a Reply

Your email address will not be published.

Back to top button