ସୂର୍ଯ୍ୟକିରଣରେ ବଦଳେ ଡ୍ରେସ୍ ରଙ୍ଗ

ଆଜିକାଲି ଏମିତି ବି ଡ୍ରେସ୍ ଆସିଲାଣି, ଯାହାକୁ ପିନ୍ଧି ବାହାରକୁ ଗଲେ ତାହାର ରଙ୍ଗ ପରିବର୍ତ୍ତନ ହେଉଛି । ଅବଶ୍ୟ ଡ୍ରେସ୍ ସୂର୍ଯ୍ୟକିରଣ ସଂସ୍ପର୍ଶରେ ଆସିଲେ ଡ୍ରେସ୍‌ର ରଙ୍ଗ ପରିବର୍ତ୍ତନ ହୁଏ । ତେବେ ଏହି ନୂଆ ଫେଶନ ଟ୍ରେଣ୍ଡ ଏବେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି । ସାମାଜିକ ଗଣମାଧ୍ୟମରେ ଜଣେ ଯୁବତୀ ଏହାର ଏକ ଭିଡିଓ ସେୟାର୍ କରିଛନ୍ତି । ଯେଉଁଥିରେ ଦେଖିବାକୁ ମିଳୁଛି, ସେ ଧଳା ରଙ୍ଗର ବଡ଼ିକନ୍ ଡ୍ରେସ୍ ପିନ୍ଧିଛନ୍ତି । ଆଉ ତାହାକୁ ପିନ୍ଧି ଘରୁ ବାହାରିଲେ ତାହା ଧଳାରୁ ଗୋଲାପି ରଙ୍ଗରେ ବଦଳିଯାଉଛି । ଡ୍ରେସ୍‌ରେ ସୂର୍ଯ୍ୟକିରଣ ପଡ଼ିବା ମାତ୍ରକେ ଏହାର ରଙ୍ଗ ବଦଳିଥାଏ । ସେହିପରି ଏହି ରଙ୍ଗ ବେଶି ସମୟ ପର୍ଯ୍ୟନ୍ତ ରହି ନ ଥାଏ । ଅନ୍ୟପଟେ ଭିଡିଓର ଶୀର୍ଷକରେ ଲେଖାଯାଇଛି, ସଷ୍ଟେନବଲ କ୍ଲଥିଂ ବ୍ରାଣ୍ଡ ପିଏଚ୍‌୫ର ଏହି ଡ୍ରେସ୍ । ଏହି ବ୍ରାଣ୍ଡ ୟୁଭି ରିଆକ୍ଟିଭ୍ ଡ୍ରେସ୍ ତିଆରି କରିଥାଏ ।

Related Articles

Leave a Reply

Your email address will not be published.

Back to top button