ଶିକାର କରିବାର ଅନୋଖା ଶୈଳୀ

ଆପଣ ଆକ୍ୱାରିଅମ୍ ବା ପାଣିର କୌଣସି ବଡ଼ ଉତ୍ସରେ ମାଛମାନଙ୍କୁ ପାଣିରେ ଥିବା ଆବର୍ଜନା, କୀଟ ବା ଅନ୍ୟ ଛୋଟ ମାଛମାନଙ୍କୁ ଖାଉଥିବାର ଦେଖୁଥିବେ । ଆକ୍ୱାରିଅମ୍‌ରେ ରହୁଥିବା ମାଛମାନଙ୍କୁ ତ ବିଶେଷ ପ୍ରକାରର ଖାଦ୍ୟ ଖାଇବାକୁ ଦିଆଯାଏ ଯେପରି ସେମାନେ ଜୀବିତ ରହିପାରିବେ । କିନ୍ତୁ ପାଣି ବାହାରେ ମାଛମାନଙ୍କୁ ଶିକାର କରିବାର କେବେ ଦେଖିଛନ୍ତି କି? ଏପରି ଏକ ମାଛ ଅଛି ଦୁନିଆରେ ଯିଏ ପାଣି ବାହାରେ ଥିବା କୀଟଙ୍କୁ ମଧ୍ୟ ଶିକାର କରେ । ଏହାକୁ ଆର୍ଚର ଫିସ୍ ବୋଲି କୁହାଯାଏ । ଏହି ମାଛକୁ ତା’ର ଅନୋଖା କଳା ପାଇଁ ଏପରି ନାମ ଦିଆଯାଇଛି । ଆର୍ଚର ଫିସ୍ ମୁହଁରୁ ତୀର ପରି ପାଣି ଛାଡ଼େ ଓ ଶିକାରର ଜୀବନ ନେଇଥାଏ । ତେବେ ଆଶ୍ଚର୍ଯ୍ୟର କଥା ଏହି ମାଛ ପାଣି ବାହାରେଥିବା କୀଟଙ୍କୁ ଶିକାର କରେ । ଏହି କାରଣରୁ କୀଟମାନେ ପାଣିରେ ପଡ଼ିଯାଆନ୍ତି ଓ ମାଛ ଏସବୁକୁ ଖାଦ୍ୟ ଭାବରେ ଗ୍ରହଣ କରେ । ଏହା ପରୀକ୍ଷା କରିବାକୁ ଯାଇ ଜଣେ ବ୍ୟକ୍ତି ଏକ କୀଟକୁ ପାଣି ଉପରେ ଦେଖାଇଥିଲେ । ଏହାକୁ ଦେଖି ଏହି ମାଛମାନେ ପାଣି ଭିତରେ ରହି ପାଣିକୁ ସ୍ପ୍ରେ କରିବାର ଦେଖିବାକୁ ମିଳିଥିଲା । ଏପରି ମନେହେଲା ଯେପରି ମୁହଁ ସାହାଯ୍ୟରେ ଏମାନେ ତୀର ଚାଳନା କରୁଛନ୍ତି । ଏକ ରିପୋର୍ଟ ଅନୁସାରେ ଆର୍ଚର ଫିସ୍‌ଙ୍କର ତୀକ୍ଷ୍ଣ ନଜର ଥାଏ । ଏମାନଙ୍କର ଲମ୍ବା ମୁହଁ ଭିତରେ ପାଇପ୍ ପରି ଏକ ଚ୍ୟାନେଲ୍ ଥାଏ ଯାହା ସାହାଯ୍ୟରେ ମାଢ଼ିର ମାଂସପେଶୀ ସାହାଯ୍ୟରେ ପାଣି ଜୋର୍ ଜୋର୍‌ରେ ଜେଟ୍ ପରି ମୁହଁ ବାହାରକୁ ବାହାରେ ଓ ଆଖିଦ୍ୱୟ ନିଆଁ ପରି ମନେହୁଏ । ସେ ସମୟରେ ଆଖିଦ୍ୱୟ ଦୂରବୀକ୍ଷଣ ଯନ୍ତ୍ର ପରି କାମ କରେ ଓ ଦୂରତା ମାପିବାରେ ସାହାଯ୍ୟ କରେ । ଏହିପରି ଭାବରେ ଏହି ଜୀବ ପାଣି ବର୍ଷଣ କରେ ଓ ପାଣି ବାହାରେ ଥିବା କୀଟଙ୍କୁ ଶିକାର କରେ ।

Related Articles

Leave a Reply

Your email address will not be published.

Back to top button