ପିଲାଙ୍କୁ ମାଗଣା କେକ୍‌

ମୈଥିଳୀଶରଣ ଗୁପ୍ତଙ୍କ ଏକ ପ୍ରସିଦ୍ଧ କବିତାର ପଙ୍‌କ୍ତିଟିଏ ହେଉଛି- ‘ସେହି ହେଉଛି ମଣିଷ ଯିଏ ମଣିଷ ପାଇଁ ମରେ ।’ ଏହି କବିତାରେ ଉଦାର ଭାବକୁ ବ୍ୟକ୍ତ କରାଯାଇଛି । ଯଦିଓ ଏହା ଏକ କବିତା କିନ୍ତୁ ମଣିଷ ଏହା ଉପରେ ବିଶେଷ ଧ୍ୟାନ ଦେବା ଉଚିତ ଯେ ମାନବିକତା ପାଇଁ ଆଜି ଏହି ଦୁନିଆ ତିଷ୍ଠିଛି । ଯଦି କୌଣସି ମଣିଷ କାହାକୁ ନିଃସ୍ୱାର୍ଥ ଭାବରେ ସାହାଯ୍ୟ କରୁଥାଏ ତେବେ ତାହାକୁ ଆମେ ମଣିଷ ବୋଲି ବିବେଚନା କରିପାରିବା । ଏହି କଥାକୁ ସତ୍ୟରେ ପରିଣତ କରିଛନ୍ତି ଉତ୍ତରପ୍ରଦେଶର ଜଣେ ଦୋକାନୀ । ସେହି ଦୋକାନରେ ଲାଗିଥିବା ଏକ ପୋଷ୍ଟର ଏବେ ଖୁବ୍ ଭାଇରାଲ୍ ହେଉଛି । ଜଣେ ଆଇଏଏସ୍ ଅଧିକାରୀ ସବୁବେଳେ ରୋଚକପୂର୍ଣ୍ଣ ପୋଷ୍ଟ୍ ଟ୍ୱିଟର୍‌ରେ ସେୟାର କରନ୍ତି । ନିକଟରେ ସେ ଏକ ଫଟୋ ସେୟାର କରିଛନ୍ତି ଯାହା ଲୋକମାନଙ୍କୁ ଆକର୍ଷିତ କରୁଛି । ଏହାର କାରଣ ହେଉଛି ଦୋକାନୀ ଜଣକ ଏପରି ଉଦାରପଣକୁ ଆପଣାଇଛନ୍ତି ଯାହା ଆଜିର ସମୟରେ ଦେଖିବା ସହଜ ନୁହେଁ । ଦୋକାନୀ ୧୪ ବର୍ଷ ବୟସ ପର୍ଯ୍ୟନ୍ତ ପିଲାଙ୍କୁ ମାଗଣା କେକ୍ ଖାଇବାକୁ ଦିଅନ୍ତି । ତାଙ୍କ ଦୋକାନରେ ଏପରି ଏକ ଦୁର୍ଲଭ ପୋଷ୍ଟର ଲାଗିଥିବାର ଦେଖିବାକୁ ମିଳୁଛି । ଫଟୋରେ ଏକ ଦୋକାନରେ ଏକ କାଚର ଆଲମାରି ରହିଛି ଯେଉଁଥିରେ ପିଲାଙ୍କ ପାଇଁ ମାଗଣା କେକ୍ ଥିବା କଥା ଲେଖା ଯାଇଛି । ଏହି କାରଣରୁ ଆଇଏଏସ୍ ଅଧିକାରୀ ଜଣକ ଏହି ହୃଦୟବାନ ଦୋକାନୀ ଜଣଙ୍କୁ ପ୍ରଶଂସା କରିବା ସହିତ ତାଙ୍କୁ ସମ୍ମାନ ଜଣାଇଛନ୍ତି । ଅନେକ ଲୋକ ଏହି ଦୃଶ୍ୟ ଉପରେ ସକାରାତ୍ମକ ମନ୍ତବ୍ୟ ଦେଇଥିବା ବେଳେ କିଛି ଲୋକ କଟାକ୍ଷ କରିବାକୁ ଭୁଲି ନାହାନ୍ତି ।

Related Articles

Leave a Reply

Your email address will not be published.

Back to top button