ବିଶ୍ୱ ଯକୃତ ଦିବସ

ପ୍ରତି ବର୍ଷ ଏପ୍ରିଲ ମାସ ୧୯ ତାରିଖରେ ବିଶ୍ୱସ୍ତରରେ ପାଳନ କରାଯାଏ ଯକୃତ ଦିବସ । ବିଶ୍ୱ ସ୍ୱସ୍ଥ୍ୟ ସଂଗଠନର କ୍ରମାଗତ ଅନୁସନ୍ଧାନ ପରେ ଜଣାପଡ଼ିଥିଲା ଯେ, ଯକୃତରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ୧୯୯୦-୨୦୧୭ମଧ୍ୟରେ ଯକୃତ କର୍କଟ ରୋଗୀ ସଂଖ୍ୟା ବଢ଼ିବା ଦେଖି ବିଶେଷଜ୍ଞ ଦଳ ଚିନ୍ତାରେ ପଡ଼ିଯାଇଥିଲେ । ନିଶାସେବନ, ହେପାଟାଇଟିସ୍‌-ବି ଏହା ପଛର ମୁଖ୍ୟ କାରଣ ଥିଲା । ସବୁ ବର୍ଗର ଲୋକଙ୍କୁ ଏହି ଯକୃତ ସମ୍ବନ୍ଧୀୟ ରୋଗ ବିଷୟରେ ସଚେତନ କରିବା ପାଇଁ ଯକୃତ ଦିବସ ପାଳନ ଆରମ୍ଭ କରାଯାଇଛି । ଏହି ରୋଗର ପ୍ରାରମ୍ଭିକ ଲକ୍ଷଣ ହେଉଛି ଆଖି ତଳ କଳାଦାଗ ହେବା, ତ୍ୱଚାରେ ବ୍ରଣ, ଆଖି ହଳଦିଆ ଦେଖାଯିବା, ପାଦ ଫୁଲିବା ଇତ୍ୟାଦି । କେତେ ଜଣଙ୍କଠାରେ ଏସବୁ ଲକ୍ଷଣ ମଧ୍ୟ ଦେଖାଯାଏନାହିଁ । ବିଶେଷଜ୍ଞଙ୍କ ପରାମର୍ଶରେ ନିୟମିତ ଭାବେ ରକ୍ତ ପରୀକ୍ଷା କଲେ ଯକୃତଜନିତ ସମସ୍ୟା ଶୀଘ୍ର ଜଣାପଡେ଼ ।

Related Articles

Leave a Reply

Your email address will not be published.

Back to top button