ଚନ୍ଦ୍ରର ଦକ୍ଷିଣ ଭାଗରେ କାହିଁକି ଅବତରଣ କରିବ ଚନ୍ଦ୍ରାୟାନ ୩, ଜାଣନ୍ତୁ କାରଣ

ନୂଆଦିଲ୍ଲୀ : ଇତିହାସ ରଚିବାକୁ ଯାଉଛି ଭାରତ୨୩ ଅଗଷ୍ଟ ଅର୍ଥାତ୍ବୁଧବାର ଭାରତ ପାଇଁ ବଡ ଦିନଭାରତୀୟ ମହାକାଶ ଗବେଷଣା ସଂସ୍ଥାନ(ଇସ୍ରୋ)ର ଚନ୍ଦ୍ରାୟାନ୩ ଉପରେ ରହିଛି ସାରା ବିଶ୍ୱର ନଜରବିକ୍ରମ ଲ୍ୟାଣ୍ଡର ଓ ପ୍ରଜ୍ଞା ରୋଭର୍ଅଲଗା ହେବା ପରେ ଲ୍ୟାଣ୍ଡର ଚନ୍ଦ୍ରର ସମସ୍ତ କକ୍ଷପଥକୁ ସଫଳତାର ସହ ପ୍ରବେଶ କରି ଚନ୍ଦ୍ର ଆଡକୁ ଅଗ୍ରସର ହେଉଛିଯଦି ଚନ୍ଦ୍ରାୟାନ ଚନ୍ଦ୍ରପୃଷ୍ଠରେ ସଫଳତାର ସହ ଅବତରଣ କରେ ତେବେ ଏହା ବିଶ୍ୱରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିଥିବା ଚତୁର୍ଥ ଦେଶ ଭାବେ ଇତିହାସ ରଚିବ ଅଗଷ୍ଟ ୨୩ ସଂଧ୍ୟା ୬ଟା ୪ମିନିଟ୍ରେ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିବଏଥିପାଇଁ ଇସ୍ରୋର ବୈଜ୍ଞାନିକ ମାନେ ଚନ୍ଦ୍ରର ଦକ୍ଷିଣ ମେରୁକୁ ଚିହ୍ନଟ କରିଛନ୍ତିଚନ୍ଦ୍ରର ଦକ୍ଷିଣ ପୋଲ ବା ଦକ୍ଷିଣ ମେରୁରେ ଜଳ ଏବଂ ବରଫ ବଡ ଭଣ୍ଡାର ରହିଛି ଏଥିସହ ଏହି ଭାଗର ସ୍ଥାୟୀ ଅନ୍ଧକାରରେ ରହିଥାଏଭବିଷ୍ୟତର ମହାକାଶ ମିଶନ ପାଇଁ ଜଳର ଉପସ୍ଥିତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାରଣ ମିଶନରେ ଜଳ, ଅମ୍ଳଜାନ ଏବଂ ହାଇଡ୍ରୋଜେନ ରକେଟ ଇନ୍ଧନର ଉତ୍ସ ଭାବେ ଲାଗିପାରେଏହି କ୍ଷେତ୍ର ସ୍ଥ ସୂର୍ଯ୍ୟ କିରଣରୁ ଦୂରରେ ରହିଛିଏବଠ ଏଠାର ତାପମାତ୍ରା ମାଇନସ ୫୦ ରୁ ୧୦ ଡିଗ୍ରୀ ମଧ୍ୟରେ ରହିଥାଏଏହାଦ୍ୱାରା ରୋଭର କିମ୍ବା ଲ୍ୟାଣ୍ଡରରେ ଉପସ୍ଥିତ ଥିବା ବୈଦ୍ୟୁତିକ ଉପକରଣଗୁଡିକ ଉତ୍ତମ ରୂପେ କାର୍ଯ୍ୟ କରିପାରିବ ଚନ୍ଦ୍ରର ଦକ୍ଷିଣ ମେରୁର ଭୂମି ଏବଂ ଭୌଗୋଳିକ ଗଠନ ଏହାର ଅନ୍ୟ ଅଞ୍ଚଳଠାରୁ ଅଲଗା ଚନ୍ଦ୍ରରେ ଉଲକାପିଣ୍ଡ ଦ୍ୱାରା ସୃଷ୍ଟି ହୋଇଥିବା ଗର୍ତ୍ତଗୁଡିକ ଥଣ୍ଡା ରହିଥାଏଏହି କାରଣରୁ ଏଠାରେ ଜଳ ବରଫ ରୂପେ ଜମା ହୋଇଥାଏତେବେ ଏପର୍ଯ୍ୟନ୍ତ କୌଣସି ଦେଶ ଚନ୍ଦର ଦକ୍ଷିଣ ମେରୁରେ ନିଜର ଲ୍ୟାଣ୍ଡର ଅବତରଣ କରି ନାହାନ୍ତିତେଣୁ ସମସ୍ତଙ୍କର ନଜର ଭାରତର ଚନ୍ଦ୍ରାୟାନ୩ ଉପରେ ରହିଛି

Related Articles

Leave a Reply

Your email address will not be published.

Back to top button