ପୃଥିବୀ ଗୋଟିଏ ପଟକୁ ୮୦ ସେ.ମି. ଢଳିଛି

ନୂଆଦିଲ୍ଲୀ: ଅତ୍ୟଧିକ ଭୂତଳ ଜଳ ବ୍ୟବହାର ମଧ୍ୟ ପୃଥିବୀ ଉପରେ ପ୍ରଭାବ ପକାଇବା ଆରମ୍ଭ କରିଛି। ଜିଓଫିଜିକାଲ ରିସର୍ଚ୍ଚ ଲେଟର୍ସରେ ପ୍ରକାଶିତ ତଥ୍ୟ ଅନୁଯାୟୀ ୧୯୯୩ରୁ ୨୦୧୦ ମଧ୍ୟରେ ଅଧିକ ପରିମାଣ ଭୂତଳ ଜଳ ବାହାର କରାଯିବା କାରଣରୁ ପୃଥିବୀକୁ ଗୋଟିଏ ପଟକୁ ୮୦ ସେଣ୍ଟିମିଟର (୩୧.୫ ଇଞ୍ଚ) ପର୍ଯ୍ୟନ୍ତ ଢଳାଇ ଦେଇଛି। ପୂର୍ବରୁ ଏକ ଅଧ୍ୟୟନରେ କୁହାଯାଇଥିଲା ଯେ ଭୂଗର୍ଭ ଜଳର ଅସନ୍ତୁଳନ ଯୋଗୁ ପୃଥିବୀ ନିଜ କକ୍ଷରୁ କିଛିମାତ୍ରାରେ ପରିବର୍ତ୍ତନ ହୋଇଛି। ଭୂବିଜ୍ଞାନୀଙ୍କ ଅଧ୍ୟୟନ ଅନୁଯାୟୀ ୧୯୯୩ରୁ ୨୦୧୦ ମଧ୍ୟରେ ମନୁଷ୍ୟ ଦ୍ୱାରା ଭୂଗର୍ଭରୁ ୨,୧୫୦ ଗିଗାଟନ ଭୂଗର୍ଭ ଜଳକୁ ବାହାର କରାଯାଇଛି। ଏଥିଯୋଗୁ ୬ ଇଞ୍ଚ ସମୁଦ୍ର ଜଳ ପତ୍ତନ ମଧ୍ୟ ବୃଦ୍ଧି ପାଇଛି। ଭୂଗର୍ଭ ଜଳ ଯେ ପୃଥିବୀର ବିବର୍ତ୍ତନକୁ ପରିବର୍ତ୍ତନ କରିପାରେ ତାହା ପ୍ରଥମ ଥର ପାଇଁ ୨୦୧୬ରେ ଆବିଷ୍କାର କରାଯାଇଥିଲା। ପୃଥିବୀରେ ଦେଖାଦେଉଥିବା ପରିବର୍ତ୍ତନ କେବଳ ଯେ ଗ୍ଲେସିୟରରେ ବରଫ ତରଳିବା ଯୋଗୁ ହେଉଥିବା ନେଇ କୁହାଯାଉଥିବା ବେଳେ ଏବେ ଭୂତଳ ଜଳ ଯୋଗୁ ଏପରି ହେଉଥିବା ଗବେଷଣାରୁ ଜଣାପଡ଼ିଛି।

Related Articles

Leave a Reply

Your email address will not be published.

Back to top button