ପୃଥିବୀ ପୃଷ୍ଠରୁ ୩୮,୮୦୮ଫୁଟ ଗଭୀର ଗାତ ଖୋଳୁଛି ଚାଇନା

ବେଜିଂ: ପୃଥିବୀ ପୃଷ୍ଠକୁ ଏବେ ଖୋଳିବାରେ ଲାଗିପଡ଼ିଛି ଚାଇନା। ଚାଇନା ପୃଥିବୀର କ୍ରଷ୍ଟକୁ ଏବେ ଏତେ ଗଭୀର ଭାବରେ ଖୋଳୁଛି ଯାହା ବାବଦରେ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ସାଧାରଣତଃ ଭୂମିରୁ ୫୦ରୁ ୧୦୦ ଫୁଟ ଖୋଳିଲେ, ଭୂତଳ ଜଳ ମିଳିଥାଏ। ସେହିପରି ୧୦୦୦ ଫୁଟ ଖୋଳିବା ପରେ ଅଶୋଧିତ ତୈଳ ଏବଂ ଗ୍ୟାସ ମିଳିଥାଏ। କୋଇଲା ସମେତ ଅନେକ ଖଣିଜ ପଦାର୍ଥ ମଧ୍ୟ ପ୍ରାୟ ଏତିକି ଗଭୀରତାରେ ମିଳିଥାଏ। ମୋଟ ଉପରେ କହିବାକୁ ଗଲେ ମଣିଷ ପାଇଁ ଆବଶ୍ୟକ ପ୍ରାୟ ସମସ୍ତ ଜିନିଷ ୧୦୦୦ ଫୁଟରୁ ୨ହଜାର ଫୁଟ ଭିତରେ ମିଳିଯାଇଥାଏ । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଚାଇନା ପୃଥିବୀର ପ୍ରାୟ ୩୮,୮୦୮ ଫୁଟ ଗଭୀରରେ ଏକ ଗାତ ଖୋଳୁଛି । ଚାଇନାର ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଜିନଜିଆନଙ୍ଗ ପ୍ରଦେଶର ତାରିମ ଅଞ୍ଚଳରେ ବିଶ୍ୱର ସର୍ବବୃହତ କୃତ୍ରିମ ଗାତ ଖୋଳିବା କାମ ମଧ୍ୟ ଆରମ୍ଭ ହୋଇଛି । ଯଦି ହିସାବ କରାଯାଏ, ଏହି ଗର୍ତ୍ତଟି ୧୦ କିଲୋମିଟରରୁ ଅଧିକ ଗଭୀର ହେବ। ଏହା କରିବା ପଛରେ ଚାଇନା ଉଦ୍ଦେଶ୍ୟ ହେଉଛି ପୃଥିବୀ ସହ ଜଡିତ ଅନେକ ରହସ୍ୟ ଜାଣିବା । ବିପର୍ଯ୍ୟୟ ନେଇ ଆଗୁଆ ସତର୍କତା ଦେବାରେ ସହାୟକ ହୋଇପାରେ । ମହାକାଶ ସହିତ ବର୍ତ୍ତମାନ ଚୀନ ମଧ୍ୟ ପୃଥିବୀ ପୃଷ୍ଠରେ ଅନୁସନ୍ଧାନରେ ଦ୍ରୁତ ଗତିରେ ଆଗକୁ ବଢୁଛି । ଏହାପୂର୍ବରୁ ରୁଷିଆ ମଧ୍ୟ ୧୯୭୦ରୁ ୧୯୯୨ ମଧ୍ୟରେ ସମାନ ପ୍ରୟାସ କରିଥିଲା । ୨୨ ବର୍ଷରେ, ରୁଷିଆ ପୃଥିବୀରେ ମାତ୍ର ୧୨,୨୬୨ ଫୁଟ ଗଭୀର ଗାତ ଖୋଳିବାରେ ସକ୍ଷମ ହୋଇଥିଲା। ବର୍ତ୍ତମାନ, ଚାଇନାର ଏହି ଗର୍ତ୍ତ ହେଉଛି ଦୁନିଆର ଗଭୀର କୃତ୍ରିମ ଗର୍ତ୍ତ । ରୁଷିଆ ପରେ ବର୍ତ୍ତମାନ ଚାଇନା ମଧ୍ୟ ଏହି ଦିଗରେ କାର୍ଯ୍ୟ କରୁଛି । ବୈଜ୍ଞାନିକମାନେ କହିଛନ୍ତି ଯେ, ଏହି ଗାତ ଖୋଳି ପୃଥିବୀର ଇତିହାସ ଏବଂ ଏହାର ଗଠନ ବିଷୟରେ ଅଧିକ ତଥ୍ୟ ସଂଗ୍ରହ କରାଯିବ।

Related Articles

Leave a Reply

Your email address will not be published.

Back to top button