ଉଦ୍ଭିଦଙ୍କ ପ୍ରତିକ୍ରିୟା

ଜରୁରୀକାଳୀନ ସ୍ଥିତିରେ ମଣିଷ ଓ ପଶୁମାନେ ଦ୍ରୁତ ଗତିରେ ନିଜର ପ୍ରତିକ୍ରିୟା ଦେଇଥାନ୍ତି ଓ ନିଜକୁ ରକ୍ଷା କରିବାକୁ ସେମାନଙ୍କର ଦୈନନ୍ଦିନ କାର୍ଯ୍ୟଗୁଡ଼ିକରେ ପରିବର୍ତ୍ତନ କରିଥାନ୍ତି । କିନ୍ତୁ ଉଦ୍ଭିଦମାନେ କ’ଣ ପରିସ୍ଥିତି ଅନୁସାରେ ନିଜକୁ ରକ୍ଷା କରିବା ପାଇଁ ନିଜ ଭିତରେ କୌଣସି ପରିବର୍ତ୍ତନ କରିଥାନ୍ତି? ଏହାର ଉତ୍ତର ହେବ ହଁ । ଉଦ୍ଭିଦଗୁଡ଼ିକ ମଧ୍ୟ ବ୍ୟାକ୍ଟେରିଆ, ଭୂତାଣୁ ଓ ରୋଗାଣୁଙ୍କ ପରି ସୂକ୍ଷ୍ମଜୀବମାନଙ୍କ ଆକ୍ରମଣରୁ ରକ୍ଷା ପାଇବା ପାଇଁ ନିଜ ଭିତରେ ପରିବର୍ତ୍ତନ ଆଣିଥାନ୍ତି । ଯେତେବେଳେ ଉଦ୍ଭିଦମାନଙ୍କୁ ଏ ପ୍ରକାରର ଆଶଙ୍କା ହୁଏ ସେମାନେ କୋଷିକାଗୁଡ଼ିକ ଭିତରେ ପ୍ରୋଟିନରେ ରାସାୟନିକ ପରିବର୍ତ୍ତନ କରିଥାନ୍ତି । ଅଧ୍ୟୟନରେ ଉଦ୍ଭିଦଙ୍କ କୋଷିକାଗୁଡ଼ିକରେ ସେହି ପ୍ରମୁଖ ଘଟକଗୁଡ଼ିକର ବିଷୟରେ ଜଣାପଡ଼ିଛି ଯାହା ବୋମାରୀ ସହିତ ଲଢ଼ିବା ପାଇଁ ନିଜର ପ୍ରୋଟିନ ନିର୍ମାଣ ପ୍ରଣାଳୀକୁ ରିପ୍ରୋଗ୍ରାମ କରିଥାନ୍ତି । ପ୍ରତି ବର୍ଷ ପୂରା ଦୁନିଆର ଫସଲର ୧୫ ପ୍ରତିଶତ ବ୍ୟାକ୍ଟେରିଆ କବକବାଲା ରୋଗ କାରଣରୁ ଖରାପ ହୋଇଯିବାର ଦେଖିବାକୁ ମିଳୁଛି ଯାହାଦ୍ୱାରା ବୈଶ୍ୱିକ ସ୍ତରରେ ଅର୍ଥବ୍ୟବସ୍ଥାକୁ ୨୨୦ ଅରବ ଡଲାରର କ୍ଷତି ସହିବାକୁ ପଡିଥାଏ । ଉଦ୍ଭିଦଙ୍କର ଏକ ଭିନ୍ନ ପ୍ରକାରର ପ୍ରତିରୋଧ ତନ୍ତ୍ର ଥାଏ ଯାହା ସାହାଯ୍ୟରେ ସେମାନେ ରୋଗ ସହିତ ଲଢ଼ିଥାନ୍ତି । ସେମାନଙ୍କ ମଧ୍ୟରେ ପଶୁଙ୍କ ପରି ବିଶେଷ ପ୍ରକାରର ପ୍ରତିରୋଧୀ କୋଷିକା ନଥାଏ । ଉଦ୍ଭିଦଙ୍କର ପ୍ରତି କୋଷିକାଗୁଡ଼ିକ ନିଜେ ଲଢ଼ିଥାନ୍ତି । ଏଥିପାଇଁ ସେମାନେ ନିଜେ ରକ୍ଷା କରିବା ସ୍ଥିତିକୁ ଆସି ପ୍ରତିକ୍ରିୟା ଦେଇଥାନ୍ତି । ଆକ୍ରମଣର ସ୍ଥିତିରେ କୋଷିକାଗୁଡ଼ିକ ବୃଦ୍ଧି ହେବା ପରିବର୍ତ୍ତେ ନିଜକୁ ରକ୍ଷା କରିବା ଉପରେ ପ୍ରାଥମିକତା ଦେଇଥାନ୍ତି । କୋଷିକା ନୂଆ ପ୍ରୋଟିନର ସଂଶ୍ଳେଷଣ ଆରମ୍ଭ କରିଦେଇଥାନ୍ତି ଯାହା ଅନ୍ୟ ପ୍ରୋଟିନରୁ ଅଧିକ ତିଆରି ହୁଏ । ଏହାଦ୍ୱାରା ୩-୪ ଘଣ୍ଟା ମଧ୍ୟରେ ସ୍ଥିତି ସାମାନ୍ୟ ହୋଇଯାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button