ୟୁଏସ୍ ଓପନ୍‌ରୁ ଓହରିଲେ ସାନିଆ

ନୂଆଦିଲ୍ଲୀ: ଭାରତର ତାରକା ମହିଳା ଟେନିସ୍ ଖେଳାଳି ସାନିଆ ମିର୍ଜା ଚଳିତ ବର୍ଷର ଅନ୍ତିମ ଗ୍ରାଣ୍ଡସ୍ଲାମ୍ ଟୁର୍ଣ୍ଣାମେଣ୍ଟ୍ ୟୁଏସ୍ ଓପନ୍‌ରେ ଅଂଶଗ୍ରହଣ କରିବେ ନାହିଁ । କାରଣ ତାଙ୍କ କହୁଣୀରେ ଆଘାତ ଲାଗିଛି । ଦୁଇ ସପ୍ତାହ ତଳେ କାନାଡାରେ ନ୍ୟାସନାଲ୍ ବ୍ୟାଙ୍କ୍ ଓପନ୍ ଟୁର୍ଣ୍ଣାମେଣ୍ଟ୍ ଖେଳିବା ସମୟରେ ସାନିଆ ଏହି ଆଘାତ ପାଇଥିଲେ । ସୋମବାର ସୁଦ୍ଧା ସେ ତାଙ୍କ ଆଘାତଜନିତ ସ୍ଥିତିର ଅସଲ ସ୍ଥିତି ନେଇ ଅବଗତ ନ ଥିଲେ । ଆଘାତ ସ୍ଥାନରେ ସ୍କାନିଂ କରାଯିବା ପରେ ସ୍ଥିତି ସମ୍ପର୍କରେ ଅବଗତ ହେବାରୁ ଆଗାମୀ ୟୁଏସ୍ ଓପନ୍‌ରେ ଅଂଶଗ୍ରହଣ ନ କରିବାକୁ ନିଷ୍ପତ୍ତି ନେଇଥିବା ସାନିଆ ସୋସିଆଲ୍ ମିଡିଆ ଇନଷ୍ଟାଗ୍ରାମ୍ ମାଧ୍ୟମରେ ସ୍ପଷ୍ଟ କରିଛନ୍ତି । କ୍ୟାରିୟର୍‌ରେ ୬ ଥର ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ଜିତିଥିବା ୩୫ ବର୍ଷୀୟା ସାନିଆ ପୂର୍ବରୁ ଚଳିତ ସିଜନ୍ ଶେଷରେ ଅବସର ନେବେ ବୋଲି ଘୋଷଣା କରିଥିଲେ ହେଁ ଏବେ ଏହି ଯୋଜନାରେ ପରିବର୍ତ୍ତନ କରିଛନ୍ତି । ସେ ଖୁବ୍‌ଶୀଘ୍ର ପରିବର୍ତ୍ତିତ ଯୋଜନା ନେଇ ପ୍ରଶଂସକମାନଙ୍କୁ ସୂଚନା ଦେବେ ବୋଲି କହିଛନ୍ତି । ସୂଚନାଯୋଗ୍ୟ ଯେ ବିଶ୍ୱର ଏହି ମହିଳା ଡବଲ୍ସ ଏକ ନମ୍ବର ଖେଳାଳି ତାଙ୍କ କ୍ୟାରିୟର୍‌ରେ ଅଷ୍ଟ୍ରେଲିଆନ୍ ଓପନ୍‌, ୱିମ୍ବଲଡନ୍ ଓପନ୍ ଓ ୟୁଏସ୍ ଓପନ୍‌ରେ ଥରେ ଲେଖାଏଁ ମହିଳା ଡବଲ୍ସରେ ଓ ଥରେ ଲେଖାଏଁ ମିକ୍ସଡ ଡବଲ୍ସରେ ଚାମ୍ପିଅନ୍ ହୋଇଛନ୍ତି ।

Related Articles

Leave a Reply

Your email address will not be published.

Back to top button