ମହମ୍ମଦ ଶାମିଙ୍କୁ କରୋନା

ଟି-୨୦ ସିରିଜ ପୂର୍ବରୁ ଭାରତକୁ ଝଟକା

ନୂଆଦିଲ୍ଲୀ: ଆସନ୍ତା ୨୦ ତାରିଖରୁ ଆରମ୍ଭ ହେଉଥିବା ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ ପୂର୍ବରୁ ଭାରତକୁ ଝଟକା ଲାଗିଛି। ଦଳର ଅନ୍ୟତମ ଦ୍ରୁତ ବୋଲର ମହମ୍ମଦ ଶାମି ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବାରୁ ସେ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ୍‌କୁ ବାଦ ପଡ଼ିଛନ୍ତି। ଭାରତ ବିଶ୍ୱକପ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଶାମି ଅଷ୍ଟ୍ରେଲିଆ ସିରିଜ୍‌ରୁ ବାଦ ପଡ଼ିବାରୁ ଟିମ୍‌ ମ୍ୟାନେଜମେଣ୍ଟ ପାଇଁ ଚିନ୍ତାର କାରଣ ପାଲଟିଛି। ଏବେ ଶାମିଙ୍କ ବଦଳରେ ଭାରତୀୟ ଟି-୨୦ ସ୍କ୍ୱାଡରେ ଉମେଶ ଯାଦବଙ୍କୁ ସାମିଲ କରାଯାଇଛି। ଦୀର୍ଘ ୩ ବର୍ଷ ପରେ ଉମେଶ ଯାଦବ ଭାରତୀୟ ଟି-୨୦ ସ୍କ୍ୱାଡରେ ସ୍ଥାନ ପାଇଛନ୍ତି। ମିଳିଥିବା ସୂଚନା ଅନୁସାରେ, ଶାମି କରୋନାରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ ତାଙ୍କର କୌଣସି ଲକ୍ଷଣ ଦେଖାଯାଉଛି କି ନାହିଁ, ସେକଥା ସ୍ପଷ୍ଟ ହୋଇନି। ସେ ଅଷ୍ଟ୍ରେଲିଆ ସିରିଜ୍‌ରୁ ବାଦ ପଡ଼ିଥିବା ବେଳେ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ଖେଳିପାରନ୍ତି। କିନ୍ତୁ ଏହା ପୂର୍ବରୁ ବିସିସିଆଇର ମେଡିକାଲ ଟିମ୍‌ ତାଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରିବ। ଏହାପରେ ସେ ମ୍ୟାଚ୍‌ ଖେଳିବାକୁ ଫିଟ ଥିବା ଜଣାପଡ଼ିବା ପରେ ତାଙ୍କୁ ୨୮ ତାରିଖରୁ ଆରମ୍ଭ ହେବାକୁ ଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ୍‌ରେ ସାମିଲ କରାଯିବ ବୋଲି ଜଣାପଡ଼ିଛି।

Related Articles

Leave a Reply

Your email address will not be published.

Back to top button