ବିଶ୍ୱକପ୍‌ : ବାଂଲାଦେଶକୁ ୭ ୱିକେଟରେ ହରାଇଲା ଭାରତ

ପୁନେ: ଆଇସିସି ଦିନିକିଆ ବିଶ୍ୱକପ୍‌ ୨୦୨୩ । ପୁନେରେ  ଭାରତ ଓ  ବାଂଲାଦେଶ ମଧ୍ୟରେ ହାଇଭୋଲଟେଜ୍‌ ମ୍ୟାଚ୍‌ ଖେଳାଯାଇଥିଲା। ଟସ୍‌ ଜିତି ବାଂଲାଦେଶର ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୮ ୱିକେଟ ହରାଇ ୨୫୬ ରନ କରିଥିଲା । ଏହି ମ୍ୟାଚ ଜିତିବାକୁ ହେଲେ ଭାରତକୁ ୨୫୭ ରନର ଆବଶ୍ୟକତା ରହିଥିଲା। ଭାରତ ୪୧.୩ ଓଭରରେ ୩ ୱିକେଟ ହରାଇ ୨୬୧ ରନ କରି ସହଜରେ ମ୍ୟାଚକୁ ଜିତି ନେଇଛି। ଭାରତ ପକ୍ଷରୁ ରୋହିତ ଶର୍ମା ୪୦  ବଲରେ ୪୮ ରନ କରି ଆଉଟ ହୋଇଥିଲେ। ଶୁଭମନ ଗିଲ୍‌ ୫୫ ବଲରେ ୫୩ ରନ କରି ଆଉଟ ହୋଇଥିଲେ। ଶ୍ରେୟାସ ଆୟର ୨୫ ବଲରେ ୧୯ ରନ କରି ଆଉଟ ହୋଇଥିଲେ। ଗୋଟିଏ ପଟେ ବିରାଟ କୋହଲି ପାରିକୁ ସମ୍ଭାଳି ରଖିଥିଲେ। ପରେ ତାଙ୍କ ସାଥ ଦେବାକୁ ପଡିଆକୁ ଆସିଥିଲେ କେଏଲ ରାହୁଲ। ବିରାଟ କୋହଲି ଏକ ଶତକୀୟ ପାରି ଖେଳିଥିଲେ। ବିରାଟ ୯୭ ବଲରେ ୧୦୩ରନ କରି ଅପରାଜିତ ରହିଥିବା ବେଳେ କେଏଲ ରାହୁଲ ୩୪ ବଲରେ ୩୪ ରନ କରି ଅପରାଜିତ ରହିଥିଲେ। ବାଂଲାଦେଶ ପକ୍ଷରୁ ମେହଦି ହାସାନ ମିରାଜ ୨ଟି ୱିକେଟ ନେଇଥିବା ବେଳେ ହସନ ମେହେମ୍ମଦ ଗୋଟିଏ ୱିକେଟ ନେଇଥିେଲେ।

Related Articles

Leave a Reply

Your email address will not be published.

Back to top button