ହକି ବିଶ୍ବକପ ପାଇଁ ଭୁବନେଶ୍ବରରେ ପହଞ୍ଚିଲା ଜର୍ମାନ ଦଳ

ଭୁବନେଶ୍ବର : ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ବକପ ୧୫ତମ ସଂସ୍କରଣ ଲାଗି ଶନିବାର ଜର୍ମାନୀ ଦଳ ଭୁବନେଶ୍ବରରେ ପହଞ୍ଚିଛି । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗୋଟିଏ ପରେ ଗୋଟିଏ ବିଦେଶୀ ଦଳ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବାରେ ଲାଗିଛନ୍ତି । ଏଥିସହ ମୋଟ ୧୦ଟି ବିଦେଶୀ ଦଳ ଓଡ଼ିଶାରେ ପହଞ୍ଚି ସାରିଲେଣି । ଶୁକ୍ରବାର ୭ଟି ଦଳ ପହଞ୍ଚିଥିବା ବେଳେ ଗୁରୁବାର ଚିଲି ଓ ବୁଧବାର ନେଦରଲାଣ୍ଡସ ଦଳ ପହଞ୍ଚିଥିଲେ। ଜର୍ମାନୀ ଦଳ ପୁଲ-ବିରେ ବେଲଜିୟମ୍, ଦକ୍ଷିଣ କୋରିଆ ଓ ଜାପାନ ସହିତ ସ୍ଥାନ ପାଇଛି। ଜର୍ମାନୀ ଦଳ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ହକି ଇଣ୍ଡିଆ, ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ  ସ୍ବାଗତ କରାଯାଇଥିଲା। ଶୁକ୍ରବାର ଦିନ ୭ଟି ଦଳ ବେଲଜିୟମ୍, ଆର୍ଜେଣ୍ଟିନା, ନ୍ୟୁଜିଲାଣ୍ଡ, ମାଲେସିଆ, ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ହକି ଦଳ ଭୁବନେଶ୍ବର ଓ ରାଉରକେଲରେ ପହଞ୍ଚିଛନ୍ତି । ଆସନ୍ତା ୧୪ରେ ‌କଳିଙ୍ଗ ଷ୍ଟାଡ଼ିୟମରେ ପ୍ରଥମ ମ୍ୟାଚ ଦକ୍ଷିଣ କୋରିଆ ଓ ବେଲଜିୟମ୍ ମଧ୍ୟରେ ଅନୁଷ୍ଠିତ ହେବ। ଅନ୍ୟପକ୍ଷରେ ହକି ବିଶ୍ବକପ୍‌ ଉଦ୍‌ଘାଟନୀ ଉତ୍ସବ ପାଇଁ କଟକ ବାରବାଟୀ ଷ୍ଟାଡିୟମରେ ଜୋରଦାର ପ୍ରସ୍ତୁତି ଚାଲିଛି।

Related Articles

Leave a Reply

Your email address will not be published.

Back to top button