ବଦଳିଲା ଭାରତ-ପାକିସ୍ଥାନ ମ୍ୟାଚର ତାରିଖ, ଅକ୍ଟୋବର ୧୫ରେ ଖେଳାଯିବ ନାହିଁ ମହାମୁକାବିଲା

ନୂଆଦିଲ୍ଲୀ: ୨୦୨୩ ଦିନିକିଆ ବିଶ୍ୱକପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଆଉ ଅକ୍ଟୋବର ୧୫ ତାରିଖରେ ଖେଳାଯିବ ନାହିଁ। ଏହି ମହାମୁକାବିଲା ମ୍ୟାଚର ତାରିଖ ପରିବର୍ତ୍ତନ ହେବ। ରିପୋର୍ଟ ଅନୁଯାୟୀ, ଆଜି ଭାରତ-ପାକିସ୍ତାନ ମ୍ୟାଚ୍ ତାରିଖ ଆନୁଷ୍ଠାନିକ ଭାବେ ଘୋଷଣା କରାଯିବ। ତେବେ ଏହା ପୂର୍ବରୁ ଭାରତ-ପାକିସ୍ତାନ ମ୍ୟାଚ୍ ତାରିଖ ରିପୋର୍ଟରେ ସାମ୍ନାକୁ ଆସିଛି। ମିଡିଆ ରିପୋର୍ଟ ଅନୁଯାୟୀ, ୨୦୨୩ ଦିନିକିଆ ବିଶ୍ୱକପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଅକ୍ଟୋବର ୧୫ ପରିବର୍ତ୍ତେ ଅକ୍ଟୋବର ୧୪ ତାରିଖରେ ଖେଳାଯିବ। ବର୍ତ୍ତମାନ ପର୍ଯ୍ୟନ୍ତ ବିସିସିଆଇ କିମ୍ବା ଆଇସିସି ଭାରତ-ପାକିସ୍ତାନ ମ୍ୟାଚ୍ ର ନୂଆ ତାରିଖ ଘୋଷଣା କରିନାହିଁ। ରିପୋର୍ଟ ଅନୁଯାୟୀ, ଅକ୍ଟୋବର ୧୫ ତାରିଖରେ ନବରାତ୍ରୀ ପଡୁଛି। ଏହି କାରଣରୁ ଦିନିକିଆ ବିଶ୍ୱକପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍‌ର ତାରିଖ ପରିବର୍ତ୍ତନ କରାଯିବ। ବର୍ତ୍ତମାନ ମ୍ୟାଚ୍ ଅକ୍ଟୋବର ୧୫ ତାରିଖ ପରିବର୍ତ୍ତେ ଅକ୍ଟୋବର ୧୪ ତାରିଖରେ ଖେଳାଯିବ।

Related Articles

Leave a Reply

Your email address will not be published.

Back to top button