ଟି-୨୦ ବିଶ୍ୱକପ ପାଇଁ ଯାତ୍ରା କଲେ ଟିମ୍ ଇଣ୍ଡିଆର ପ୍ରଥମ ବ୍ୟାଚ୍,

ମୁମ୍ବାଇ,୨୩ା୫: ଟିମ୍ ଇଣ୍ଡିଆର ପ୍ରଥମ ବ୍ୟାଚ୍ ଟି -୨୦ ବିଶ୍ୱକପ୍ ୨୦୨୪ ପାଇଁ ଯାତ୍ରା କରିଛନ୍ତି। ଆଇପିଏଲ୍ ୨୦୨୪ ମଧ୍ୟରେ ଟିମ୍ ଇଣ୍ଡିଆ ଟି -୨୦ ବିଶ୍ୱକପ ପାଇଁ ଆମେରିକା ବାହାରିଛି। କିନ୍ତୁ ବିରାଟ କୋହଲି ଟିମ୍ ଇଣ୍ଡିଆ ସହ ଯାଇ ନାହାଁନ୍ତି। ଆମେରିକା ଯାଉଥିବା ଭାରତୀୟ ଦଳର ଫଟୋ ଏବେ ସାମ୍ନାକୁ ଆସିଛି। ଦଳର ଅଧିନାୟକ ରୋହିତ ଶର୍ମାଙ୍କ ଠାରୁ ଆରମ୍ଭ କରି ଦ୍ରୁତ ବୋଲର ଜସପ୍ରୀତ ବୁମ୍ରାଙ୍କ ପର୍ଯ୍ୟନ୍ତ ଦଳର ଅନେକ ଖେଳାଳି ନଜର ଆସିଥିଲେ। ଅଲରାଉଣ୍ଡର ଶିବମ ଦୁବେଙ୍କ ବ୍ୟତୀତ ଶୁଭମାନ ଗିଲଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା। ଗିଲ୍ ଦଳର ମୁଖ୍ୟ ୧୫ ର ଅଂଶ ନାହାନ୍ତି ତାଙ୍କୁ ରିଜର୍ଭ ଖେଳାଳି ଵାହବେ ଦଳରେ ସାମିଲ କରାଯାଇଛି।ଦଳ ସହ ଆମେରିକା ଯାଇନଥିବା ବିରାଟ କୋହଲିଙ୍କୁ ଏହି ଫଟୋଗୁଡ଼ିକରେ ଦେଖିବାକୁ ମିଳି ନଥିଲା। ଏହା ବ୍ୟତୀତ ଦ୍ରୁତ ବୋଲର ମହମ୍ମଦ ସିରାଜ ଏବଂ ବ୍ୟାଟ୍ସମ୍ୟାନ୍ ସୂର୍ୟ୍ୟକୁମାର ଯାଦବଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା। ଟି -୨୦ ବିଶ୍ୱକପ ଜୁନ୍ ୧ ରୁ ଆରମ୍ଭ ହେବ, କିନ୍ତୁ ଭାରତୀୟ ସମୟ ଅନୁଯାୟୀ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ଜୁନ୍ ୨ ରେ ଖେଳାଯିବ ଯାହା ଆମେରିକା ଏବଂ କାନାଡା ମଧ୍ୟରେ ଖେଳାଯିବ। ଟିମ୍ ଇଣ୍ଡିଆ ବିଶ୍ୱକପ ଅଭିଯାନ ୦୫ ଜାନୁଆରୀ ବୁଧବାର ଠାରୁ ଆରମ୍ଭ କରିବ। ଗ୍ରୁପ୍ ଏ’ରେ ଥିବା ଭାରତୀୟ ଦଳର ପ୍ରଥମ ମୁକାବିଲା ଆୟର୍ଲାଣ୍ଡ ସହିତ ହେବ। ତେବେ ଟିମ୍ ଇଣ୍ଡିଆ ରବିବାର ପାକିସ୍ତାନ ବିପକ୍ଷରେ ଦ୍ୱିତୀୟ ମ୍ୟାଚ୍ ଖେଳିବ।

Related Articles

Leave a Reply

Your email address will not be published.

Back to top button