ପୂର୍ଣ୍ଣ ଶକ୍ତି ସହିତ ଏସିଆ କପ୍ ରେ ପ୍ରବେଶ କରିବ ଟିମ୍ ଇଣ୍ଡିଆ!

ନୂଆଦିଲ୍ଲୀ: ଏସିଆ କପ୍‌ର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଏହି ଟୁର୍ଣ୍ଣାମେଣ୍ଟ ଅଗଷ୍ଟ ୩୦ ତାରିଖରୁ ଆରମ୍ଭ ହେଉଛି। ପ୍ରଥମ ମ୍ୟାଚ୍‌ରେ ପାକିସ୍ତାନ ଏବଂ ନେପାଳର ଦଳ ମୁହାଁମୁହିଁ ହେବେ। ପାକିସ୍ତାନ ବିପକ୍ଷ ମ୍ୟାଚରୁ ଭାରତୀୟ ଦଳ ଅଭିଯାନ ଆରମ୍ଭ କରିବ। ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ସେପ୍ଟେମ୍ବର ୨ ତାରିଖରେ ଖେଳାଯିବ। ଏସିଆ କପ୍ ର ଫାଇନାଲ ମ୍ୟାଚ୍ ସେପ୍ଟେମ୍ବର ୧୭ ତାରିଖରେ ଅନୁଷ୍ଠିତ ହେବ। ତେବେ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଭାରତୀୟ ସ୍କ୍ଵାଡ କେମିତି ହେବ? ଏହା ଉପରେ ବଡ ସୂଚନା ସାମ୍ନାକୁ ଆସୁଛି।

ଏହି ଖେଳାଳିଙ୍କ ସହ ଟିମ୍ ଇଣ୍ଡିଆ ଏସିଆ କପରେ ପ୍ରବେଶ କରିବ:

ଏସିଆ କପରେ ଟିମ୍ ଇଣ୍ଡିଆ ନିଜର ସମସ୍ତ ଶକ୍ତି ସହିତ ଗ୍ରାଉଣ୍ଡକୁ ଆସିବ। ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ, ଏସିଆ କପ୍ ପାଇଁ ଭାରତୀୟ ଦଳରେ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ଭଳି ବରିଷ୍ଠ ଖେଳାଳି ରହିବେ। ଏହା ବ୍ୟତୀତ ଦ୍ରୁତ ବୋଲର ଜସପ୍ରୀତ ବୁମ୍ରା ଏବଂ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ କେ.ଏଲ୍ ରାହୁଲ ଫେରିବେ। ଏସିଆ କପ୍ ପାଇଁ ଟିମ୍ ଇଣ୍ଡିଆର ଓପନର୍ ରୋହିତ ଶର୍ମା ଏବଂ ଶୁଭମାନ ଗିଲ ହୋଇପାରନ୍ତି। ଏହି ଦଳର ମଧ୍ୟମ କ୍ରମରେ ବିରାଟ କୋହଲି, ଶ୍ରେୟସ୍ ଆୟର, ସୂର୍ଯ୍ୟକୁମାର ଯାଦବଙ୍କ ଭଳି ଖେଳାଳି ରହିବେ।

ଏଥି ସହିତ ଏସିଆ କପ୍ ପାଇଁ ଭାରତୀୟ ଦଳ ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା ଏବଂ ଅକ୍ସର ପଟେଲଙ୍କୁ ଅଲରାଉଣ୍ଡର ଭାବରେ ସ୍ଥାନ ମିଳିପାରେ। ପିଟିଆଇ ଅନୁଯାୟୀ ଭାରତୀୟ ଦଳ କୁଲଦୀପ ଯାଦବ, ୟୁଜଭେନ୍ଦ୍ର ଚହଲଙ୍କୁ ସ୍ପିନର ଭାବରେ ଗ୍ରହଣ କରିବ।

ଏସିଆ କପ୍ ପାଇଁ ସମ୍ଭାବ୍ୟ ଭାରତୀୟ ଦଳ:

ରୋହିତ ଶର୍ମା, ଶୁଭମାନ ଗିଲ, ଇଶାନ କିଶନ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର, କେ.ଏଲ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ମହମ୍ମଦ ଶାମି, ମହମ୍ମଦ ସିରାଜ, ଜସପ୍ରୀତ ବୁମରା, କୁଲଦୀପ ଯାଦବ, ଅକ୍ସର ପଟେଲ, ସଞ୍ଜୁ ସାମସନ, ମୁକେଶ କୁମାର ଏବଂ ୟୁଜବେନ୍ଦ୍ର ଚହଲ।

ଏସିଆ କପ୍ ପରେ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳିବ। ଭାରତ-ଅଷ୍ଟ୍ରେଲିଆ ସିରିଜ ପରେ ବିଶ୍ୱକପ ଖେଳାଯିବ। ୨୦୨୩ ବିଶ୍ୱକପ୍ ଅକ୍ଟୋବର ୫ ତାରିଖରୁ ଆରମ୍ଭ ହେବ।

Related Articles

Leave a Reply

Your email address will not be published.

Back to top button