ଟିମ୍‌ ଇଣ୍ଡିଆ:କ୍ରିକେଟର ତିନୋଟି ଯାକ ଫର୍ମାଟରେ ନମ୍ବର-୧

ନୂଆଦିଲ୍ଲୀ: ଇତିହାସ ରଚିଲା ଟିମ୍ ଇଣ୍ଡିଆ । କ୍ରିକେଟର ତିନୋଟି ଯାକ ଫର୍ମାଟରେ ନମ୍ବର-୧ ସ୍ଥାନରେ ପହଞ୍ଚିଛି ଟିମ୍‌ ଇଣ୍ଡିଆ। ଗତକାଲି ମୋହାଲିରେ ଖେଳାଯାଇଥିବା ଅଷ୍ଟ୍ରେଲିଆ ଦିନିକିଆରେ ବିଜୟ ପରେ ଭାରତ ପାକିସ୍ତାନକୁ ପଛରେ ପକାଇ ଦେଇଛି। ପୂର୍ବରୁ ଭାରତ ଟେଷ୍ଟ ଓ ଟି୨୦ରେ ଏକ ନମ୍ବର ଥିଲେ ମଧ୍ୟ ଦିନିକିଆରେ ପାକିସ୍ତାନ ଏକ ନମ୍ବର ଥିଲା। ଏସିଆ କପ୍‌ରେ ଦମଦାର ବିଜୟ ପରେ ଭାରତ ଆଜି ଖେଳାଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ୩ ମ୍ୟାଚ୍‌ ବିଷିଷ୍ଟ ଦିନିକିଆ ସିରିଜ୍‌‌ର ପ୍ରଥମ ମୁକାବିଲାକୁ ୫ ୱିକେଟରେ ବିଜୟ ହାସଲ କରି ଆଇସିସି ଦିନିକିଆ ରାଙ୍କିଙ୍ଗରେ ଏକ ନମ୍ବର ସ୍ଥାନକୁ ଫେରିଛି। ଏହା  ସହ ଭାରତ ବର୍ତ୍ତମାନ କ୍ରିକେଟର ସବୁ ଫର୍ମାଟରେ ବିଶ୍ବର ଏକ ନମ୍ବର ଟିମ୍‌ ହୋଇଯାଇଛି।

Related Articles

Leave a Reply

Your email address will not be published.

Back to top button