୧୦ ଉଇକେଟରେ ଜିତିଲା ସନ୍‌ରାଇଜର୍ସ: ଟ୍ରାଭିସ ହେଡ୍‌ ଓ ଅଭିଷେକ ଶର୍ମାଙ୍କ ବିସ୍ଫୋରକ ବ୍ୟାଟିଂ

ହାଇଦ୍ରାବାଦ: ଟାର୍ଗେଟ ଥିଲା ୧୬୬ ରନ। ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଯେପରି ବ୍ୟାଟିଂ କରିଥିଲା ପିଚ୍‌ ସ୍ଲୋ ଥିବା ପ୍ରତୀୟମାନ ହେଉଥିଲା। ମାତ୍ର ସିଂହ ପରାକ୍ରମରେ ଲକ୍ଷ୍ନୌ ବୋଲରଙ୍କ ଉପରେ ଝାମ୍ପି ପଡ଼ିଲେ ସନ୍‌ରାଇଜର୍ସ ହାଇଦ୍ରାବାଦର ଦୁଇ ଓପନର ଟ୍ରାଭିସ ହେଡ୍‌ ଓ ଅଭିଷେକ ଶର୍ମା। ବିଜୟ ଲକ୍ଷ୍ୟ ହାସଲ ପାଇଁ ମାତ୍ର ୪୫ ମିନିଟରୁ କମ୍‌ ସମୟ ଓ ୯.୪ ଓଭରର ସହାୟତା ନେଲେ। ଦୁହେଁ ଅପରାଜିତ ରହିବା ସହ ମାତ୍ର ୫୮ ବଲ୍‌ରୁ ଗଢ଼ିଲେ ୧୬୭ ରନର ପାର୍ଟନରଶିପ୍‌। ଅର୍ଥାତ୍‌ ଦ୍ୱିତୀୟ ପାଓ୍ବାରପ୍ଲେ ଆସିବା ପୂର୍ବରୁ ଖେଳ ଖତମ। ହେଡ୍‌ ୩୦ ବଲ୍‌ରୁ ୮ଟି ଲେଖାଏ ଚୌକା ଓ ଛକା ସହାୟତାରେ ୮୯ ଓ ଅଭିଷେକ ୨୮ ବଲ୍‌ରୁ ୮ ଚୌକା ଓ ୬ ଛକା ସହିତ ୭୫ ରନରେ ଅପରାଜିତ ରହି ଦଳକୁ ଏକ ଚମତ୍କାର ବିଜୟ ଭେଟିଦେଲେ। ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ବୁଧବାର ଏପରି ଏକ ଚିତାକର୍ଷକ ମ୍ୟାଚ ଦେଖିବାକୁ ମିଳିଥିଲା। ଏହି ବିଜୟ ସହ ସନ୍‌ରାଇଜର୍ସ କେବଳ ୨ ପଏଣ୍ଟ ପାଇନାହିଁ ରନ୍‌ ହାରରେ ଅବିଶ୍ୱସନୀୟ ଉନ୍ନତି ଆଣିଛି। ଫଳରେ ଦଳ ଟେବୁଲର ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଛି।

Related Articles

Leave a Reply

Your email address will not be published.

Back to top button