ଆଜି ଠାରୁ ଭାରତର ବିଶ୍ଵକପ ଅଭିଯାନ: ଅଷ୍ଟ୍ରେଲିଆ ବିପକ୍ଷରେ ଏଭଳି ରହିବ ଟିମ ଇଣ୍ଡିଆର ସମ୍ଭାବ୍ୟ ଖେଳାଳି ଏକାଦଶ

ନୂଆଦିଲ୍ଲୀ: ଆଜି ୨୦୨୩ ଏକଦିବସୀୟ ବିଶ୍ୱକପରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ସଂଘର୍ଷ ହେବ। ଏହି ମ୍ୟାଚ୍ ପୂର୍ବରୁ ଷ୍ଟାର ଓପନର୍ ଶୁବମାନ ଗିଲଙ୍କ ଅସୁସ୍ଥତା ଟିମ୍ ଇଣ୍ଡିଆ ପାଇଁ ଚିନ୍ତାର ବିଷୟ ପାଲଟିଛି। ଅନେକ ଗଣମାଧ୍ୟମରେ ରିପୋର୍ଟ କରାଯାଇଛି ଯେ, ଗିଲ ବିଶ୍ୱକପର ପ୍ରାରମ୍ଭିକ ମ୍ୟାଚ୍ ଖେଳି ପାରିବେ ନାହିଁ। କାରଣ ଗିଲ ଡେଙ୍ଗୁରେ ପୀଡିତ।

ଚେନ୍ନାଇର ଏମ ଚିଦାମ୍ବରମ୍ ଷ୍ଟାଡିୟମରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ ଅପରାହ୍ନ ୨ ଟାରୁ ଆରମ୍ଭ ହେବ। ଉଭୟ ଦଳ ପାଇଁ ୨୦୨୩ ବିଶ୍ୱକପ୍ ର ଏହା ପ୍ରଥମ ମ୍ୟାଚ୍ଏ। ଭଳି ପରିସ୍ଥିତିରେ ଉଭୟ ବିଜୟ ସହ ବିଶ୍ୱକପ ଅଭିଯାନ ଆରମ୍ଭ କରିବାକୁ ଚାହାଁନ୍ତି।

ଶୁଭମାନ ଗିଲଙ୍କ ଅନୁପସ୍ଥିତିରେ ଇଶାନ କିଶନ ଅଧିନାୟକ ରୋହିତ ଶର୍ମାଙ୍କ ସହ ଇନିଂସ ଆରମ୍ଭ କରିପାରନ୍ତି। ଏହା ପରେ ବିରାଟ କୋହଲି ତିନି ନମ୍ବରରେ ଖେଳିବା ନିଶ୍ଚିତ। ଇଶାନ ଯେଉଁ ଫର୍ମରେ ଅଛନ୍ତି, ତାହା ଦେଖିଲେ ଏହା କୁହାଯାଇପାରେ ଯେ ଟିମ୍ ଇଣ୍ଡିଆ ଗିଲ୍ ଙ୍କ ଅନୁପସ୍ଥିତି ଅନୁଭବ କରିବ ନାହିଁ।

ମଧ୍ୟମ କ୍ରମ ଏହିପରି ହେବ:

ଶ୍ରେୟସ୍ ଆୟର ଚତୁର୍ଥ ନମ୍ବରରେ ଖେଳିପାରନ୍ତି। ଆୟର ୨୦୨୩ ଏସିଆ କପ୍ ରୁ ଦଳକୁ ଫେରିଛନ୍ତି। ସେ ଭଲ ଫର୍ମରେ ଥିବା ଜଣାପଡିଛି। ଏହା ପରେ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ କେ.ଏଲ୍ ରାହୁଲ ପଞ୍ଚମ ସ୍ଥାନରେ ଖେଳିବା ନିଶ୍ଚିତ। ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଷଷ୍ଠ ନମ୍ବରରେ ଖେଳିବା ନିଶ୍ଚିତ।

ଟିମ୍ ଇଣ୍ଡିଆ ତିନୋଟି ସ୍ପିନରଙ୍କ ସହ ଖେଳିପାରେ:

ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ମ୍ୟାଚ୍ ଚେନ୍ନାଇର ଏମ ଚିଦାମ୍ବରମ୍ ଷ୍ଟାଡିୟମରେ ଖେଳାଯିବ। ଏଠାରେ ଥିବା ପିଚ୍ ସ୍ପିନରଙ୍କ ପାଇଁ ଉପଯୁକ୍ତ। ଏଭଳି ପରିସ୍ଥିତିରେ ଟିମ୍ ଇଣ୍ଡିଆ ତିନି ସ୍ପିନରଙ୍କ ସହ ଅଷ୍ଟ୍ରେଲିଆ ବିପକ୍ଷରେ ଯାଇପାରେ। ଏହାର ଅର୍ଥ ହେଉଛି କୁଲଦୀପ ଯାଦବ, ରବିନ୍ଦ୍ର ଜାଡେଜା ଏବଂ ରବିଚନ୍ଦ୍ରନ ଅଶ୍ୱିନଙ୍କ ଆକ୍ରମଣ ଦେଖିବାକୁ ମିଳିପାରେ। ଦ୍ରୁତ ବୋଲିଂର ଦାୟିତ୍ୱ ଜସପ୍ରୀତ ବୁମରା ଏବଂ ମହମ୍ମଦ ସିରାଜଙ୍କ କାନ୍ଧରେ ରହିବ।

ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ସମ୍ଭାବ୍ୟ ଖେଳାଳି ଏକାଦଶ: ରୋହିତ ଶର୍ମା (ଅଧିନାୟକ), ଇଶାନ କିଶନ, ବିରାଟ କୋହଲି, ଶ୍ରେୟସ ଆୟର, କେ.ଏଲ୍ ରାହୁଲ (ୱିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଆର ଅଶ୍ୱିନ, କୁଲଦୀପ ଯାଦବ, ଜସପ୍ରୀତ ବୁମରା ଏବଂ ମହମ୍ମଦ ସିରାଜ।

Related Articles

Leave a Reply

Your email address will not be published.

Back to top button