ଏକାଡେମୀରେ ଗୁଣ୍ଡାଗର୍ଦ୍ଦି କରାଯାଉଛି: ପିଟି ଉଷା

କେରଳ: ଭାରତୀୟ ଅଲିମ୍ପିକ ଆସୋସିଏସନର ସଭାପତି ପିଟି ଉଷା ଏବେ ଭୟଭିତ ଓ ଅସନ୍ତୁଷ୍ଟ । ଆଣିଛନ୍ତି ସାଂଘାତିକ ଅଭିଯୋଗ । କେରଳର ବାଲୁସେରୀରେ ଥିବା ତାଙ୍କ ଏକାଡେମୀରେ ବେଆଇନ୍‌ ଉଚ୍ଛେଦ ଓ ଗୁଣ୍ଡାଗର୍ଦ୍ଦି କରାଯାଉଥିବା ଅଭିଯୋଗ ଆଣିଛନ୍ତି । ଏହି ଏକାଡେମୀରେ ଥିବା ଉଷା ସ୍କୁଲ ଅଫ ଆଥଲେଟିକ୍ସରେ ପିଲାମାନଙ୍କୁ ତାଲିମ ଦିଆଯାଏ । ସେଠାରେ ଗୁଣ୍ଡାଗର୍ଦ୍ଦି କରାଯାଉଥିବାରୁ ପିଟି ଉଷା ମହିଳା ଆଥଲେଟଙ୍କ ସୁରକ୍ଷାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ସମସ୍ୟାର ସମାଧାନ ପାଇଁ କେରଳ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନଙ୍କ ନିବେଦନ କରିଛନ୍ତି । ଅଭିଯୋଗ ଅନୁସାରେ, ନିକଟରେ କିଛି ଲୋକ ଏକାଡେମୀ ପରିସରରେ ବଳପୂର୍ବକ ପ୍ରବେଶ କରି ନିର୍ମାଣ କାମ ଆରମ୍ଭ କରିଥିଲେ । ଏକାଡେମୀର ଅଭିଯୋଗ ପରେ ଜବରଦଖଲ ଉଚ୍ଛେଦ କରାଯାଇଥିଲା । ଉଷା ସ୍କୁଲ ଅଫ ଏକାଡେମୀ ପରିସରରେ ପୁଣି କିଛି ଲୋକ ପ୍ରବେଶ କରିବା ସହ ନିର୍ମାଣ କାମ ଆରମ୍ଭ କରିଥିଲେ । ମ୍ୟାନେଜମେଣ୍ଟ ଏ ବିଷୟରେ ପଚାରିବାରୁ ସେମାନେ ସମସ୍ତଙ୍କୁ ଦୁର୍ବ୍ୟବହାର କରିଥିଲେ । ସେମାନଙ୍କୁ ପ୍ରଶାସନ ଅନୁମତି ଦେଇଥିବା କହିଥିଲେ । ପୋଲିସରେ ଅଭିଯୋଗ କରିବାରୁ କାମ ବନ୍ଦ ହୋଇଥିଲା । ଏନେଇ ଗଣମାଧ୍ୟମରେ ବୟାନ ଦେବା ବେଳେ କାନ୍ଦି ପକାଇଥିଲେ ପିଟି ଉଷା ।

Related Articles

Leave a Reply

Your email address will not be published.

Back to top button