ଆଇସିସିର ବଡ଼ ନିଷ୍ପତ୍ତି: ବିଶ୍ୱକପ-୨୦୨୩ ର ବ୍ରାଣ୍ଡ ଆମ୍ବାସାଡର ହେଲେ ସଚିନ ତେନ୍ଦୁଲକର

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଅହମ୍ମଦାବାଦରୁ ଆରମ୍ଭ ହେବାକୁ ଥିବା ଦିନିକିଆ କ୍ରିକେଟ୍ ବିଶ୍ୱକପ୍ ପାଇଁ ଭାରତର କିମ୍ବଦନ୍ତୀ ଖେଳାଳି ସଚିନ୍ ତେନ୍ଦୁଲକରଙ୍କୁ ବିଶ୍ୱ ଦୂତ (ବ୍ରାଣ୍ଡ ଆମ୍ବାସାଡର) ଭାବରେ ନିଯୁକ୍ତ କରିଛି। ତେନ୍ଦୁଲକର ୬ ଥର ODI ବିଶ୍ୱକପରେ ଭାଗ ନେଇଛନ୍ତି। ଗୁରୁବାର ଦିନ ଇଂଲଣ୍ଡ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ୍ ପୂର୍ବରୁ ସେ ବିଶ୍ୱକପ ଟ୍ରଫି ସହ ପଡ଼ିଆକୁ ଆସି ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ କରିବେ। ତେନ୍ଦୁଲକର ଏକ ପ୍ରେସ୍‌ ବିଜ୍ଞପ୍ତିରେ କହିଛନ୍ତି ଯେ, “୧୯୮୭ ରେ ଏକ ବଲ୍ ବୟ ହେବା ଠାରୁ ଆରମ୍ଭ କରି ୬ ଟି ଟୁର୍ଣ୍ଣାମେଣ୍ଟରେ ଦେଶ ପାଇଁ ପ୍ରତିନିଧିତ୍ୱ କରିବା ପର୍ଯ୍ୟନ୍ତ ବିଶ୍ୱକପ୍ ସର୍ବଦା ମୋ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଆସୁଛି। ୨୦୧୧ ରେ ବିଶ୍ୱକପ୍ ଜିତିବା ମୋର କ୍ରିକେଟ୍ କ୍ୟାରିୟରର ଗର୍ବର ମୁହୂର୍ତ୍ତ ଅଟେ।” ସେ କହିଛନ୍ତି ଯେ, “ଏଠାରେ ଅନେକ ବିଶ୍ୱସ୍ତରୀୟ ଦଳ ଏବଂ ଖେଳାଳି ଭାରତରେ ହେବାକୁ ଥିବା ବିଶ୍ୱକପ୍‌ରେ କଡ଼ା ପ୍ରତିଯୋଗିତା କରିବାକୁ ପ୍ରସ୍ତୁତ ଅଛନ୍ତି। ମୁଁ ଏହି ଆକର୍ଷଣୀୟ ଟୁର୍ଣ୍ଣାମେଣ୍ଟକୁ ଅପେକ୍ଷା କରିଛି। ବିଶ୍ୱକପ ଭଳି ବଡ଼ ପ୍ରତିଯୋଗିତା ଯୁବ ଖେଳାଳିଙ୍କୁ ପ୍ରେରଣା ଯୋଗାଉଛି।” ମୁଁ ଆଶା କରୁଛି “ଏଥର, ଏହି ଟୁର୍ଣ୍ଣାମେଣ୍ଟ ଯୁବକ ଯୁବତୀ ଏବଂ ବାଳକମାନଙ୍କୁ କ୍ରୀଡ଼ାରେ ଯୋଗଦେବାକୁ ଏବଂ ଦେଶକୁ ପ୍ରତିନିଧିତ୍ୱ କରିବା ପାଇଁ ପ୍ରେରଣା ଯୋଗାଇବ।

ପ୍ରକାଶ ଯୋଗ୍ୟ ଯେ, ସଚିନ ତେନ୍ଦୁଲକର ହେଉଛନ୍ତି ବ୍ୟାଟ୍ସମ୍ୟାନ୍ ଯିଏ ବିଶ୍ୱକପ ଇତିହାସରେ ସର୍ବାଧିକ ଶତକ ହାସଲ କରିଛନ୍ତି। ବିଶ୍ୱକପ ଇତିହାସରେ ୬ ଟି ଶତକ ହାସଲ କରିବାରେ ତେନ୍ଦୁଲକର ସଫଳ ହୋଇଛନ୍ତି। ଏଥି ସହିତ ତେନ୍ଦୁଲକର ବିଶ୍ୱକପରେ ୨୨୭୮ ରନ୍ ସଂଗ୍ରହ କରିଛନ୍ତି। ତାଙ୍କ ନାମରେ ସମୁଦାୟ ୧୫ ଟି ଅର୍ଦ୍ଧଶତକ ରହିଛି।

Related Articles

Leave a Reply

Your email address will not be published.

Back to top button