୭ କୋଟି ୯୦ ଲକ୍ଷ ଜାଲ ନୋଟ ଜବତ

ଭୁବନେଶ୍ୱର: ସୁଙ୍କି ଆଉଟପୋଷ୍ଟ ନିକଟରୁ କୋଟି ୯୦ ଲକ୍ଷ ଟଙ୍କାର ଜାଲ ନୋଟ ଜବତ କଲା ପଟାଙ୍ଗୀ ପୋଲିସ । କାରରେ ଛତିଶଗଡ ଯାଉଥିବାବେଳେ ଜାଲ ନୋଟ ସହ ଜଣକୁ ଅଟକ ରଖାଯାଇଥିବା ଜଣାପଡିଛି  ଏହି ଜାଲ ନୋଟ ଜବତ ହୋଇଥିବା ନେଇ ସୁନେବେଡା ଏସଡିପିଓ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟଯେ, ଜାଲ ନୋଟ କରବାରକୁ ରୋକ ଲଗାଇବା ପାଇଁ ଅନେକ ଫିଚରସ ବାହାରିଥିଲେ ମଧ୍ୟ ଏହା କୌଣସି ପ୍ରକାରେ ଥମିନଥିବା ଜଣାପଡିଛି । ଅନେକ ସମୟରେ ମଧ୍ୟ ଏଟିଏମରୁ ଜାଲ ନୋଟ ବାହାରୁଥିବାର ନଜିର ରହିଛି  ଆଜି ସୁଙ୍କି ଆଉଟପୋଷ୍ଟ ନିକଟରୁ ଯେଉଁ ୭କୋଟି ୯୦ ଲକ୍ଷ ଜାଲ ନୋଟ ଜବତ ହୋଇଛି ତାହା କିଏ ଆଣିଥିଲା ଓ କେଉଁଠୁ ଆଣିଥିଲା ଏବଂ ଆଉ ମଧ୍ୟ କେତେ ଟଙ୍କା ମାର୍କେଟକୁ ଆସିଛି ତାହାର ତଦନ୍ତ ହେବା ଜରୁରୀ ହୋଇପଡିଛି । 

Related Articles

Leave a Reply

Your email address will not be published.

Back to top button