୧୬ରୁ ୟୁଜିସି ନେଟ୍‌ ପରୀକ୍ଷା

ଭୁବନେଶ୍ୱର: ୟୁଜିସି ନେଟ୍‌ ଜୁନ-୨୦୨୨ ସେକ୍ସନ ପରୀକ୍ଷା ସେପ୍ଟେମ୍ବର ୧୬ରୁ ତିନିଦିନ ପର୍ୟ୍ୟନ୍ତ ଚାଲିବ। ପରୀକ୍ଷା ଦେବା ନିମନ୍ତେ ପଞ୍ଜୀକରଣ କରିଥିବା ଛାତ୍ରଛାତ୍ରୀଙ୍କ ନିମନ୍ତେ ଆଡମିଟ କାର୍ଡ ଏନଟିଏ ୱେବସାଇଟ  (www.csirnet.nta.nic.in)ରେ ଉପଲବ୍ଧ ହୋଇଛି। ପରୀକ୍ଷାର୍ଥୀ ୱେବସାଇଟକୁ ଯାଇ ଆପ୍ଲିକେସନ ନମ୍ବର ଏବଂ ଜନ୍ମ ତାରିଖ ଲେଖି ଆଡମିଟ୍‌ କାର୍ଡ ବାହାର କରିପାରିବେ। ୧୬ରେ ପ୍ରଥମ ସିଫ୍ଟରେ ପୃଥିବୀ, ବାୟୁମଣ୍ଡଳ, ମହାସାଗର ଏବଂ ଗ୍ରହ ବିଜ୍ଞାନ ଏବଂ ପ୍ରଥମ ସିଫ୍ଟରେ ପଦାର୍ଥ ବିଜ୍ଞାନ ସହ ଦ୍ବିତୀୟ ସିଫ୍ଟରେ ଗଣିତ ବିଷୟ ପରୀକ୍ଷା ରହିଛି। ୧୭ରେ ପ୍ରଥମ ଓ ଦ୍ବିତୀୟ ସିଫ୍ଟ ଜୀବ ବିଜ୍ଞାନ ଏବଂ ୧୮ରେ ରାସାୟନିକ ବିଜ୍ଞାନ ପରୀକ୍ଷା ରହିଛି।

Related Articles

Leave a Reply

Your email address will not be published.

Back to top button