ସୁବର୍ଣ୍ଣରେଖା ନଦୀରେ ଜଳପତ୍ତନ ବୃଦ୍ଧି: ତଳିଆ ଅଞ୍ଚଳ ଜଳମଗ୍ନ

ଭୁବନେଶ୍ବର: ବାଲିଆପାଳ ସ୍ଥିତ ଉପର ମୁଣ୍ଡରେ ବର୍ଷା ଓ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ସୁବର୍ଣ୍ଣରେଖା ନଦୀରେ ଜଳ ପତ୍ତନ ଆଜି ବୃଦ୍ଧିପାଇଛି । ନଦୀର ଜଳ କୂଳ ଲଙ୍ଘି ପ୍ରବାହିତ ହେଉଛି । ଫଳରେ ନଦୀ ତଟ ତଳିଆ ଅଞ୍ଚଳ ଜଳମଗ୍ନ ହୋଇଯାଇଛି । ଆଉ ଅଧିକ ବର୍ଷା ଲାଗି ରହିଲେ ବାଲିଆପାଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ଲୋକେ ଆଶଙ୍କା ପ୍ରକାଶ କରିଛନ୍ତି । ଅସ୍ତି ପଞ୍ଚାୟତର ବଢ଼ାପାଳ, ଚଡ ବଢ଼ାପାଳ, ପାଳ ଚମ୍ପେଇ, ବାଲିଆପାଳ ପଞ୍ଚାୟତର ମନୁ ନଗର, କୁଦମାନସିଂ, ମଧୁପୁରା ପଞ୍ଚାୟତର ଚୌଧୁରୀ କୁଦ, କାଳ ରୁଇ, ବିଷ୍ଣୁପୁର ପଞ୍ଚାୟତର ରସଲପୁର, ଜାମକୁଣ୍ଡା ପଞ୍ଚାୟତର କୁହ୍ଲାଚଡ଼, ଆମ୍ବଚୁଆ, ଡଗରା, କଙ୍କଡ଼ାପାଳ ଇତ୍ୟାଦି ଗାଁ ମଧ୍ୟକୁ ନଦୀ ଜଳ ପ୍ରବେଶ କରିଛି । ନଦୀର ଜଳ ସ୍ତର ରାଜଘାଟଠାରେ ବିପଦ ସଙ୍କେତର ଢେର ତଳେ ରହିଛି । ଏଠାରେ ବିପଦ ସଙ୍କେତ ହେଉଛି ୧୦.୩୬ ମିଟର, ସତର୍କ ସୂଚନା ହେଉଛି ୯.୪୫ ମିଟର । ଏବେ ଜଳ ସ୍ତର ରହିଛି୭.୩୦ ମିଟର । ତେବେ ବନ୍ୟା ପରିସ୍ଥିତି ହେଲେ ତାର ସଠିକ୍ ମୁକାବିଲା କରାଯିବ ବୋଲି ତହସିଲଦାର ଦୀପକ କୁମାର ଦାଶ ପ୍ରକାଶ କରିଛନ୍ତି ।

Related Articles

Leave a Reply

Your email address will not be published.

Back to top button