ସମସ୍ତ ଘରୋଇ ସ୍ୱାସ୍ଥ୍ୟକେନ୍ଦ୍ରରେ ହେବ ଟିକାକରଣ

ଭୁବନେଶ୍ୱର: ସମସ୍ତ ଘରୋଇ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ ଟିକାକରଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସବୁ ଜିଲ୍ଲାପାଳ ଓ ମ୍ୟୁନିସିପାଲିଟି କର୍ତୃପକ୍ଷଙ୍କୁ ଏସିଏସ ପିକେ ମହାପାତ୍ର ଚିଠି ଜରିଆରେ ଜଣାଇଛନ୍ତି ।  ଉଦ୍ଧିଷ୍ଟ ଘରୋଇ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକର ଭତିଭୂମି  ଅନୁଧ୍ୟାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି  ଟିକାକରଣ ପାଇଁ ଆବଶ୍ୟକ ସରଞ୍ଜାମ ଠିକ୍ ଅଛି କି ନାହିଁ ଅନୁଧ୍ୟାନ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଆବଶ୍ୟକ ପ୍ରଶିକ୍ଷିତ ସ୍ୱାସ୍ଥ୍ୟକର୍ମୀ ଓ ଅନୁଧ୍ୟାନକାରୀ ରଖିବାକୁ ଗୁରୁତ୍ୱ ଦିଆଯାଇଛି । ଆବଶ୍ୟକ ପ୍ରତୀକ୍ଷା ଗୃହ, ଖୋଲା ସ୍ଥାନ ଓ କୋଠରୀ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଟିକାକରଣ ବେଳେ କୋଭିଡ ଗାଇଡଲାଇନର ଅନୁପାଳନକୁ ଗୁରୁତ୍ୱ ପାଇଁ ନିର୍ଦ୍ଦେଶ ହୋଇଛି । ଉଦ୍ଧିଷ୍ଟ ଘରୋଇ ହସ୍ପିଟାଲକୁ ଟିକାକରଣ କେନ୍ଦ୍ର ଭାବେ ଘୋଷଣା ପାଇଁ ପରାମର୍ଶ ଦିଆଯାଇଛି । 

Related Articles

Leave a Reply

Your email address will not be published.

Back to top button