ଶତାଧିକ ଲୋକଙ୍କ ହସ୍ତକ୍ଷେପ ପରେ ମିଳିଲା ସ୍ଥାୟୀ ଶିକ୍ଷକ ନିଯୁକ୍ତି

ରାଜକନିକା : ପ୍ରାଥମିକ ବିଦ୍ୟାଳୟରେ ୨ ସପ୍ତାହ ତାଲା ପଡିବା ପରେ ନିଦ ଭାଙ୍ଗିଲା ଶିକ୍ଷା ଅଧିକାରୀଙ୍କର । ମହିଳା ଶିକ୍ଷୟିତ୍ରୀକୁ ଦେଲେ ସ୍ଥାୟୀ ନିଯୁକ୍ତି । କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକ ବରାଡିଆ ଗ୍ରାମପଂଚାୟତ ଅଧିନସ୍ଥ କୁହୁଡି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ସ୍ଥାୟୀ ଶିକ୍ଷକ ନିଯୁକ୍ତି ଦାବିରେ ଆଜିକୁ ୨ ସପ୍ତାହରୁ ଉର୍ଦ୍ଧ୍ବ ହେଲାଣି ଗ୍ରାମର ଗ୍ରାମବୀସୀ, ଶତାଧିକ ଛାତ୍ରଛାତ୍ରୀକ ସହିତ ଅଭିଭାବକ ମାନେ ବିଦ୍ୟାଳୟରେ ତାଲା ପକାଇ ଦେଇଛନ୍ତି । ଖାଲି ଏତିକି ନୁହେଁ ବିଦ୍ୟାଳୟରେ ଅନେକ ଗୁଡିକ ସମସ୍ୟା ଦର୍ଶାଇ ବ୍ଲକ୍ ଶିକ୍ଷା ଅଧିକାରୀଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ରାଜ୍ୟ ବିଦ୍ୟାଳୟ ଗଣଶିକ୍ଷା ବିଭାଗକୁ ମଧ୍ୟ ଏକ ଦାବିପତ୍ର ପ୍ରଦାନ କରିଥିଲେ । ରାଜକନିକା ବ୍ଲକ୍ ଶିକ୍ଷା ଅଧିକାରୀ ସରୋଜକାନ୍ତ ବିହାରୀ କେନ୍ଦ୍ରାପଡା ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଜଣାଇବାପରେ ଗଂଜା ଗ୍ରାମରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟରୁ ଜଣେ ମହିଳା ଶିକ୍ଷୟିତ୍ରୀ ରଶ୍ମିତା ସେଠୀଙ୍କୁ ବଦଳି କରାଇ ଉକ୍ତ କୁହୁଡି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ସ୍ଥାୟୀ ନିଯୁକ୍ତି ଦିଆଯାଇଛି। ରାଜକନିକା ବିଇଓ ଏବଂ ସି .ଆର୍.ସି.ସି ଶ୍ୟାମସୁନ୍ଦର ବାରିକଙ୍କ ଦ୍ୱାରା ଏହି ଖବର ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଜଣାଇ ଦିଆଯାଇଥିଲା।

Related Articles

Leave a Reply

Your email address will not be published.

Back to top button