ମେହେନ୍ଦି ଲିଭିନି ହେଲେ ଲିଭିଗଲା ଦୀପ

ବିଦାୟୀ ସମୟରେ ଝିଅର କାନ୍ଦି କାନ୍ଦି ମୃତ୍ୟୁ

ସୋନପୁର : ବାପ ଘର ଲୋକଙ୍କୁ ଛାଡ଼ି ଚାଲିଯିବାର ଦୁ‍ଃଖ ହେଲା ଅସହ୍ୟ | ନବ ବଧୁ ବିଦାୟୀ ସମୟରେ କାନ୍ଦି କାନ୍ଦି ମୃତ୍ୟୁ | ବେଦୀ ଉପରେ ଅଗ୍ନିକୁ ସାକ୍ଷୀ ରଖି ଉଭୟ ସାତ ଜନ୍ମର ସାଥୀ ହେବା ପାଇଁ ପ୍ରତିଶୃତି ଦେଲେ | କନ୍ୟା ଘର ଛାଡି ଝିଅ ଶାଶୁ ଘର ଯିବା ପାଇଁ ପ୍ରସ୍ତୁତି ସରିଥିଲା | ଝିଅ ବିଦା ବେଳେ ଗାଁ ଲୋକେ, ସାହିପଡିଶା ସମସ୍ତେ ଉପସ୍ଥିତ ଥିଲେ ଆଉ ଠିକ ଏତିକି ବେଳେ ଘଟିଲା ଅଘଟଣ | ଏଇ କିଛି ଦିନ ତଳେ ନିଜ ବାପା ଚାଲିଯିବାର ଦୁଃଖ ଆଉ ଏପଟେ ନିଜର ଲୋକଙ୍କୁ ଛାଡିବାର ଦୁଃଖ ହେଇଗଲା ଅସମ୍ଭାଳ | କାନ୍ଦି କାନ୍ଦି ହଠାତ ଟଳିପଡିଲେ ରୋଜି | ସୂଚନା ଅନୁଯାୟୀ, ସୋନପୁର ଜିଲ୍ଲା ଜୁଲୁଣ୍ଡା ଗ୍ରାମର ରୋଜି ସାହୁଙ୍କ ବିବାହ ବଲାଙ୍ଗୀର ଜିଲ୍ଲା ତେତେଲ ଗାଁର ଵିସିକେଶନ ସାହୁ ଙ୍କ ସହ ସ୍ଥିର ହୋଇଥିଲା | ଗତକାଲି ତେତେଲ ଗାଁର ବରଯାତ୍ରୀ କନ୍ୟା ଘରେ ପହଂଚି ବଡ ଧୁମ୍ ଧାମରେ ବାହାଘର ସରିଲା | ଝିଅ ଜ୍ୱାଇଁଙ୍କ ବିଦାୟୀ ସମୟରେ ହଠାତ୍ ଝିଅ ଅସୁସ୍ଥ ହୋଇ ପଡି ଚେତାସୁନ୍ୟ ହୋଇ ଯାଇଥିଲେ | ସେଠାରୁ ଡୁଙ୍ଗୁରିପାଲି ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ନବବଧୁର ମୃତ୍ୟୁ ହୋଇଥିବା ଡାକ୍ତର ପ୍ରକାଶ କରିଛନ୍ତି | ଶଵ ବ୍ୟବଚ୍ଛେଦ କରିବା ପାଇଁ ପୁଲିସର ତଦନ୍ତ ଚାଲିଥିବା ଜଣା ପଡିଛି | ଅନ୍ୟ ପକ୍ଷରେ କିଛି ମାସ ପୂର୍ବରୁ ରୋଜିର ବାପା ଇହଧାମ ତ୍ୟାଗ କରିବାପରେ ସେ ମାନସିକ ଚାପରେ ରହି ଆସୁଥିବା ଗ୍ରାମ ବାସି ପ୍ରକାଶ କରିଛନ୍ତି |ଏଣୁ ଝିଅ କୁ ତାଙ୍କର ମାମୁ ଘର ପରିବାର ଓ ଗ୍ରାମର ସ୍ଵେଚ୍ଛାସେବୀମାନଙ୍କ ଦ୍ଵାରା ଵିଵାହ କରାଯାଇଥିଲା |

Related Articles

Leave a Reply

Your email address will not be published.

Back to top button