ଭିସୁଟ କରୋନା ପ୍ରସଙ୍ଗ

କିଟରେ କୌଣସି ତ୍ରୁଟି ନଥିଲା

ସମ୍ବଲପୁର: ବୁର୍ଲାର ଭିସୁଟର ୪୦ରୁ ଅଧିକ ଛାତ୍ର କରୋନା ପଜିଟିଭ ଚିହ୍ନଟ ପ୍ରସଙ୍ଗରେ  ଚର୍ଚ୍ଚିତ ଖବର ସାମନାକୁ ଆସିଛି।  ଆଜି କିଟ୍ ଯୋଗାଇଥିବା କଂପାନି ଡେମୋ ଲାଇଭ୍ ଡେମୋ ରିପୋର୍ଟ ଦେଇଛି । କିଟ ଯୋଗାଣକାରୀ କମ୍ପାନି ଓସ୍କାର ମେଡିସିନ ପ୍ରାଇଭେଟ୍ ଲିମିଟେଡ୍ ତାର କିଟକୁ ନେଇ ସଫେଇ ରଖିଛି। ନୂଆଦିଲ୍ଲୀର ଏହି କମ୍ପାନି, ବୁର୍ଲା ଭିମସାରକୁ ତଥ୍ୟ ପ୍ରମାଣ ଆଧାରରେ ତାର କିଟରେ କୌଣସି ତ୍ରୁଟି ନଥିବା ଦାବି କରିଛି। ଏପରିକି ଭିମସାରର କୋଭିଡ ନୋଡାଲ ଅଧିକାରୀ ତଥା ପୁଲ୍ମୋନାରି ମେଡିସିନ ବିଭାଗର ଆସୋସିଏଟ ପ୍ରଫେସର ଡାକ୍ତର ସୁଦର୍ଶନ ପୋଥାଳଙ୍କୁ ଲାଇଭ ଡେମୋ ଦେଖାଇଥିବା କହିଛି। ଡେମୋ ବେଳେ କମ୍ପାନି ପ୍ରସ୍ତୁତ ଆଟିଜେନ୍ କିଟ୍ ଓ ଆରଟିପିସିଆର କିଟରେ ପରୀକ୍ଷା ରିପୋର୍ଟ ସମାନ ଆସିଥିବା ଦାବି କରିଛି। ଅର୍ଥାତ୍ କମ୍ପାନିର ଯେଉଁ ଆଣ୍ଟିଜେନ୍ କିଟରେ ତ୍ରୁଟିଥିବା କୁହାଯାଉଥିଲା, ତାହା ସଂପୂର୍ଣ୍ଣ ଠିକ ଥିବା ଦାବି କରିଛି।

ସୂଚନା ଯୋଗ୍ୟ, ବୁର୍ଲା ଭିସୁଟର ୪୦ରୁ ଅଧିକ ଛାତ୍ରଛାତ୍ରୀ ଆଣ୍ଟିଜେନ ଟେଷ୍ଟରେ କରୋନା ପଜିଟିଭ ଚିହ୍ନଟ ହେବା ଏବଂ ପରେ ସେହି ଛାତ୍ରଛାତ୍ରୀମାନଙ୍କ ରିପୋର୍ଟ ଆରଟିପିସିଆର ଟେଷ୍ଟରେ ନେଗେଟିଭ ଆସିବାରୁ କିଟ୍ ଯୋଗାଇଥିବା କମ୍ପାନିକୁ କାରଣଦର୍ଶାଅ ନୋଟିସ କରାଯାଇଥିଲା। ଆଣ୍ଟିଜେନ୍‌ କିଟ୍‌ ଖରାପ ଥିବାରୁ ରିପୋର୍ଟ ପଜିଟିଭ ଆସିଥିଲା ବୋଲି କୁହାଯାଇଛିଥିଲା।  ଏନେଇ  ଏସିଏସ୍‌ ପ୍ରଦୀପ୍ତ ମହାପାତ୍ରଙ୍କ ସୂଚନା ଦେଇଥିଲେ । ସେପଟେ ତୁରନ୍ତ ସେଠାରୁ ସବୁ  କିଟ୍‌ ପ୍ରତ୍ୟାହାର ପାଇଁ ନିର୍ଦ୍ଦେଶ ହୋଇଥିଲା ।

Related Articles

Leave a Reply

Your email address will not be published.

Back to top button