କାରରେ ମହିଳାଙ୍କ କଙ୍କାଳ

ଫାଣ୍ଡି ଅଧିକାରୀ ନିଲମ୍ବିତ

ଖୋର୍ଦ୍ଧା: ଜବତ ହୋଇ ଥାନା ପରିସରରେ ଥିବା ଏକ କାର୍‌ରୁ ମହିଳାଙ୍କ ଗଳିତ ମୃତଦେହ ମିଳିବା ଘଟଣାରେ ସସ୍‌ପେଣ୍ଡ ହୋଇଛନ୍ତି ଯାଆଁଳା ଫାଣ୍ଡି ଅଧିକାରୀ ସତ୍ୟବ୍ରତ ଗ୍ରହଚାର୍ଯ୍ୟ। ଅନ୍ୟପକ୍ଷରେ ମହିଳାଙ୍କର ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଥିବ ବେଳେ ମହିଳାଙ୍କ ମୃତ୍ୟୁ ସ୍ବାଭାବିକ ବୋଲି କୁହାଯାଇଛି। ମହିଳାଙ୍କ ବୟସ ୪୫ ବର୍ଷ ହୋଇଥିବା ରିପୋର୍ଟରେ କୁହାଯାଇଥିବା ବେଳେ ମହିଳାଙ୍କର ପରିଚୟ ମିଳିପାରିନାହିଁ। ଫାଣ୍ଡି ପରିସରରେ ଥିବା ଜବତ କାର୍‌ ଭିତରେ ମହିଳା ଜଣକ କେମିତି ମୃତ୍ୟୁବରଣ କଲେ, ଏବଂ ଫାଣ୍ଡି ଅଧିକାରୀ କେମିତି ଜାଣି ପାରିଲେ ନାହିଁ ତାକୁ ନେଇ ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସୂଚନାଯୋଗ୍ୟ, ଗଞ୍ଜେଇ ଚାଲାଣ ବେଳେ ଧାରା ପଡ଼ିଥିଲା କାର୍‌। ଗଞ୍ଜାମ ପୋଲିସ୍‌ ସେହି କାର୍‌ଟିକୁ ଜବତ କରିଥିବା ବେଳେ କୌଣସି କାରଣରୁ ଗାଡ଼ିଟିକୁ ଜାଆଁଳା ପୋଲିସ୍‌କୁ ହସ୍ତାନ୍ତର କରିଥିଲା। ସେବେଠାରୁ କାର୍‌ଟି ଜାଆଁଳା ଫାଣ୍ଡି ପରିସରରେ ରହିଛି। ଗତ ୮ ତାରିଖ ଦିନରେ ଉକ୍ତ କାର୍‌ ଭିତରୁ ଜଣେ ମହିଳାଙ୍କର ଗଳିତ ମୃତଦେହ ମିଳିଥିଲା। ଦୀର୍ଘ ଦିନ ହେବ ଶବଟି ପଡ଼ି ରହିଥିବାରୁ ଶବଟି ପଚି ଯାଇଥିଲା। ମୃତଦେହଟିକୁ ପୋଲିସ୍‌ ଜବତ କରି ଏମ୍‌ସକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଯାହାର ରିପୋର୍ଟ ପୋଲିସ୍‌ର ହସ୍ତକ୍ଷେପ ହୋଇଛି। ତାଙ୍କ ଶରୀରରେ କୌଣସି ଆଘାତ ନ ଥିବା ବେଳେ ତାଙ୍କ ମୃତ୍ୟୁ ସ୍ବାଭାବିକ ବୋଲି କୁହାଯାଇଛି। ତେବେ ମହିଳା ଜଣକ କିଏ? କିଭଳି ଭିତରକୁ ଗଲେ?। ଜବତ ଗାଡ଼ି କାହିଁକି ଖୋଲା ରହିଥିଲା? ରୋଗରେ ମୃତ୍ୟୁ ହୋଇଛି ନା ପଛରେ ଆଉ କିଛି ରହସ୍ୟ ରହିଛି? ଏ ସବୁ ପ୍ରଶ୍ନ ଏବେ ଫାଣ୍ଡି ଅଧିକାରୀଙ୍କୁ ସନ୍ଦେହ ଘେରକୁ ଟାଣିଛି। ଏହି ଘଟଣାରେ କର୍ତ୍ତ୍ୟବରେ ଅବହେଳା ପାଇଁ ଜାଆଁଳା ଫାଣ୍ଡି ଅଧିକାରୀଙ୍କୁ ସସ୍‌ପେଣ୍ଡ କରିଛନ୍ତି ଡିସିପି ଉମାଶଙ୍କର ଦାଶ।

Related Articles

Leave a Reply

Your email address will not be published.

Back to top button