ଏପ୍ରିଲ୍‌ରୁ ରବିବାର ପାଠପଢ଼ା ବନ୍ଦ

ଭୁବନେଶ୍ବର: ଏଣିକି ଏପ୍ରିଲ୍‌ ମାସରୁ ସ୍କୁଲ୍‌ରେ ଆଉ ରବିବାର ପାଠପଢ଼ା ହେବ ନାହିଁ। ଏ ନେଇ ବୁଧବାର ସୂଚନା ଦେଇଛନ୍ତି ସ୍କୁଲ୍‌ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ। ଏପ୍ରିଲ୍‌ରୁ କେବଳ ରିଭିଜନ କ୍ଲାସ୍‌ ଚାଲିବ। ବିଷୟ ଶେଷ ହୋଇ ଆସିଲାଣି। ତେଣୁ ରେଗୁଲାର୍‌ କ୍ଲାସ୍‌ ଆଉ ଆବଶ୍ୟକ ନାହିଁ। ଅନ୍ୟପକ୍ଷରେ ପିଲାଙ୍କ ସଂଖ୍ୟା ମଧ୍ୟ ସ୍କୁଲ୍‌ରେ ଧୀରେ ଧୀରେ କମିବାକୁ ଲାଗିଲାଣି। ଏବେ ସେଲଫ୍‌ ଷ୍ଟଡି ଉପରେ ପିଲାମାନେ ଗୁରୁତ୍ୱ ଦେଉଛନ୍ତି ବୋଲି ସେ କହିଛନ୍ତି।

ପ୍ରକାଶ ଯେ, କୋରୋନା ଯୋଗୁ ଚଳିତ ଶିକ୍ଷାବର୍ଷରେ ପାଠପଢ଼ା ହୋଇପାରି ନ ଥିଲା। ତେବେ କଟକଣା ହଟିବା ପରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କର ପାଠ ପଢ଼ା ଜୋର୍‌ ଧରିଥିଲା। ଏପରିକି ରବିବାର ବି କ୍ଲାସ୍‌ କରାଯାଉଥିଲା। ଅତି କମ୍‌ରେ ପିଲାଙ୍କୁ ଶହେଦିନ ପାଠ ପଢ଼ାଇବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ଯାହା ଫଳରେ ପ୍ରତି ରବିବାର କ୍ଲାସ୍‌ ହେଉଥିଲା।

Related Articles

Leave a Reply

Your email address will not be published.

Back to top button