ଆଜି ହଲ୍‌କୁ ଆସିବ ‘ଜ୍ବିଗାଟୋ’

ଭୁବନେଶ୍ବର: ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ଦ୍ଦେଶିକା ନନ୍ଦିତା ଦାସଙ୍କ ଦ୍ୱାରା ନିର୍ଦ୍ଦେଶିତ ଓ ବହୁପ୍ରତୀକ୍ଷିତ ହିନ୍ଦୀ ଚଳଚ୍ଚିତ୍ର ‘ଜ୍ୱିଗାଟୋ’ ଆଜି ଦେଶରେ ମୁକ୍ତିଲାଭ କରିବ। ଏହା ଭୁବନେଶ୍ୱରର ୫ଟି ପ୍ରେକ୍ଷାଳୟରେ ମଧ୍ୟ ମୁକ୍ତିଲାଭ କରିବ। କମେଡି କିଙ୍ଗ୍‌ କପିଲ ଶର୍ମା ଏଥିରେ ମୁଖ୍ୟ ଭୂମିକାରେ ନଜର ଆସିବେ। ଚଳଚ୍ଚିତ୍ର ‘ଜ୍ୱିଗାଟୋ’ର ସବୁ ସୁଟିଂ ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳରେ ହିଁ କରାଯାଇଛି। ଏହି ହିନ୍ଦୀ ଚଳଚ୍ଚିତ୍ରରେ ଅଧିକାଂଶ ଓଡ଼ିଆ କଳାକାରଙ୍କୁ ମଧ୍ୟ କାମ କରିବାର ସୁଯୋଗ ମିଳିଛି। ବେରୋଜଗାର ବୃଦ୍ଧି ନେଇ ଜଣେ ବନ୍ଧୁଙ୍କ ସହିତ ବାର୍ତ୍ତାଳାପରୁ ଏହି ଚଳଚ୍ଚିତ୍ର ‘ଜ୍ୱିଗାଟୋ’ର ଜନ୍ମ। ଏହି ପ୍ରସଙ୍ଗକୁ ନେଇ ଏକ କ୍ଷୁଦ୍ର ଚଳଚ୍ଚିତ୍ର କରିବା ପାଇଁ ନନ୍ଦିତା ଦାସ ଚିନ୍ତା କରୁଥିବା ବେଳେ ବଲିଉଡ୍‌ର ଆପ୍ଲେଜ୍ ଏଣ୍ଟରଟେନ୍‌ମେଣ୍ଟ୍‌ର ସମୀର ନାୟାର ଏହାକୁ ନେଇ ଏକ ସମ୍ପୂର୍ଣ୍ଣ ଫିଚର ଫିଲ୍ମଟିଏ କରିବାକୁ ପରାମର୍ଶ ଦେଇଥିଲେ।

Related Articles

Leave a Reply

Your email address will not be published.

Back to top button