ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ସୃଷ୍ଟି ହେବେ ୫୦ ଅଗ୍ନିଶମ ସେବା କର୍ମଚାରୀ

ଭୁବନେଶ୍ଵର : ୫୦ ଅଗ୍ନିଶମ ସେବା କର୍ମଚାରୀ ପଦବୀ ସୃଷ୍ଟି ପାଇଁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ। ଆଞ୍ଚଳିକ କନେକ୍ଟିଭିଟି ସ୍କିମ୍ (ଆରସିଏସ୍)  ଯୋଜନାରେ ଚାରୋଟି ବିମାନବନ୍ଦର ପାଇଁ ବିଭିନ୍ନ ପଦବୀରେ ଅଗ୍ନିଶମ ସେବା କର୍ମଚାରୀଙ୍କ ୫୦ଟି ପଦବୀ ସୃଷ୍ଟି ପାଇଁ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ଝାରସୁଗୁଡ଼ା, ଉତକେଲା, ରାଉରକେଲା, ଏବଂ ଜୟପୁର ବିମାନବନ୍ଦର ପାଇଁ ଏହି ପଦବୀ ସୃଷ୍ଟି କରାଯିବ। ଏହି ୫୦ଟି ପୋଷ୍ଟ ମଧ୍ୟରୁ ୯ଟି ଲେଖାଏଁ ପଦବୀ ଉତକେଲା ଏବଂ ଜୟପୁର ବିମାନବନ୍ଦର ପାଇଁ ହୋଇଥିବା ବେଳେ ୧୬ଟି ଲେଖାଏଁ ପଦବୀ ଝାରସୁଗୁଡା ଏବଂ ରାଉରକେଲା ବିମାନବନ୍ଦର ପାଇଁ ହୋଇଥିବା ସୂଚନା ମିଳିଛି।

Related Articles

Leave a Reply

Your email address will not be published.

Back to top button