ରାଜଧାନୀବାସୀଙ୍କୁ ଚେତାବନୀ: ପୃଥକ ଅଳିଆ ନ ଦେଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ପୃଥକ ଅଳିଆ ନ ଦେଲେ ହେବ କଡ଼ା କାର୍ୟ୍ୟାନୁଷ୍ଠାନ। ଏନେଇ ରାଜଧାନୀବାସୀଙ୍କୁ ଚେତାବନୀ ଦେଇଛନ୍ତି ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ। ଅଳିଆ ପୃଥକୀକରଣ ପାଇଁ ଟିଟିଏସରେ ସମସ୍ୟା ଥିବା କହିଛନ୍ତି ବିଏମସି କମିଶନର। ସବୁ ଲୋକ ଅଳିଆ ପୃଥକୀକରଣ ବା ଓଦା ଓ ଶୁଖିଲା ଅଳିଆ ଦେବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି କମିଶନର। ଯେଉଁମାନେ ପୃଥକୀକରଣକୁ ସହଯୋଗ ବା ପାଳନ କରୁନାହାନ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବ ବିଏମସି।
ସେ କହିଛନ୍ତି, ଟିଟିଏସରେ ଟେରାକ୍ସ ୱାରିୟର ଗୋଟିଏ କାର୍ୟ୍ୟକ୍ଷମ ହେଉଛି। ଖୁବ ଶୀଘ୍ର ଆଉ ଏକ ଟେରାକ୍ସ ଆସିବ। ୬ରୁ ୭ ମାସ ଭିତରେ ଟିଟିଏସର ସବୁ ଅଳିଆ ସଫା ହେବ। ଏବେ ବି ବୈଜ୍ଞାନିକ ପଦ୍ଧତିରେ କାର୍ୟ୍ୟ ହେଉଛି, ଯାହା ଫଳରେ ଗନ୍ଧ କମ୍ ହେଉଛି। କେବଳ ଗାଡ଼କଣାର ଏହା ଅସୁବିଧା ନଥିଲା ପୁରା ଭୁବନେଶ୍ୱରର ଏହା ଅସୁବିଧା ଥିଲା। ଦାରୁଠେଙ୍ଗ ଭଳି ଏଠି ବି ସବୁ ସଫା ହେବ। ଆଉ ୭ ମାସ ଭିତରେ ସବୁ ଅଳିଆ ସଫା ହୋଇଯିବ।

Related Articles

Leave a Reply

Your email address will not be published.

Back to top button