ପ୍ରାଣୀ ଚିକିତ୍ସା ଶିବିର

ଭୁବନେଶ୍ବର: ଗୋ ସମ୍ବର୍ଦ୍ଧନା ସପ୍ତାହ ପାଳନ ଅବସରରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଗାଲୁଆ ଗ୍ରାମ ପାଞ୍ଚାୟତ ଅଧିନ ସାନହନ୍ତୁଆଡ଼ ଗ୍ରାମରେ ଏକ ପ୍ରାଣୀ ଚିକିତ୍ସା ଶିବର ଅନୁଷ୍ଠିତ ହୋଇ ଯାଇଛି। ପ୍ରାଣୀ ସମ୍ପଦ ବିଭାଗ ଖୋର୍ଦ୍ଧା ଆନୁକୂଲ୍ୟରେ ଓ ବ୍ଲକ ପ୍ରାଣ ଚିକିତ୍ସାଅଧିକାରୀ ଡାକ୍ତର ସନ୍ଦୀପ କୁମାର ପଟ୍ଟନାୟକ ତତ୍ତ୍ଵାବଧାନରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା। ସାନହନ୍ତୁଆଡ଼ ଗ୍ରାମର ଶତାଧିକ ଗୋ ପାଳକ ଭାଇଭଉଣୀ ସେମାନଙ୍କ ଗାଇଗୋରୁର ଡାକ୍ତର ଅମିତି କୁମାର ବେହେରା ଓ ଲ. ଇ. ରବୀନ୍ଦ୍ର ନାରାୟଣ ନାୟକଙ୍କ ଦ୍ୱାରା ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ। ଶିବିରରେ ଚିକିତ୍ସା କରା ଯାଇଥିଲା ଚାଷୀ ମାନଙ୍କୁ ବିଭିନ୍ନ ପ୍ରକାର ଔଷଧ ବଣ୍ଟନ କରିବା ସହ ଗୋମାତାର ମାହାତ୍ମ୍ୟ ବିଷୟରେ ଡାକ୍ତର ବେହେରା ସମସ୍ତଙ୍କୁ ଅବଗତ କରାଇଥିଲେ! ଏହି କାର୍ଯ୍ୟକ୍ରମ ଗ୍ରାମର ବହୁ ଯୁବକ ସ୍ଵଛସେବୀ ନିରଞ୍ଜନ ପ୍ରଧାନ, ଜଜ୍ଞ ଭୁଷଣ ଜେନା, ଶ୍ରୀଧର୍ଥ ରାଉଳ, ଜିତେନ୍ଦ୍ର ମହାରଣା, ରାଜେଶ ବରାଳ, ବାପି ପ୍ରଧାନ, ରାମଚେଲା ମଠର ସମସ୍ତ ସଦସ୍ୟ ଅଂଶ ଗ୍ରହଣ କର ଥିଲେ!

Related Articles

Leave a Reply

Your email address will not be published.

Back to top button