ହାଇ ସିକ୍ୟୁରିଟ ନମ୍ବର ପ୍ଲେଟ ନ ଥିବା ଗାଡି ହେବ ଜବତ

ଭୁବନେଶ୍ବର: ଆପଣଙ୍କ ଗାଡିରେ ଏଚଏସଆରପି ବା ହାଇ ସିକ୍ୟୁରିଟ ରେଜିଷ୍ଟ୍ରେସନ ନମ୍ବର ପ୍ଲେଟ ଲଗାଇ ନାହାଁନ୍ତି କି? ତେବେ ଆଉ ଅପେକ୍ଷା କରନ୍ତୁ ନାହିଁ। ତୁରନ୍ତ ଏହି ପ୍ଲେଟ ଲଗାଇ ଦିଅନ୍ତୁ, ନଚେତ ଆପଣଙ୍କୁ ଅଯଥା ପାଞ୍ଚ ହଜାର ଟଙ୍କା ଜରିମାନ ଗଣିବାକୁ ପଡିବ। ସେଥିପାଇଁ ପରିବହନ ବିଭାଗ ତରଫରୁ ଆଜିଠାରୁ ଧରପଗଡ ଆରମ୍ଭ କରିବାକୁ ଯାଉଛି। ଯେଉଁମାନେ ବିନା ଏଚଏସଆରପି ବା ହାଇ ସିକ୍ୟୁରିଟ ରେଜିଷ୍ଟ୍ରେସନ ପ୍ଲେଟ ନ ଲଗାଇଥିବେ ସେମାନଙ୍କୁ ରାସ୍ତା ଉପରେ ଚଢାଉ କରାଯିବ। କାରଣ ଏହି ନୂଆ ପ୍ଲେଟ ଲଗାଇବା ପାଇଁ ଯେଉଁ ଅବଧି ଦିଆଯାଇଥିଲା ତାହା ଗତ ଫେବୃୟାରୀ ୨୮ ତାରିଖରେ ଶେଷ ହୋଇଯାଇଛି। ଯଦି ଏହି ପ୍ଲେଟ ନ ଲଗାଇଥିବେ ତେବେ ଆଇନ ଅନୁସାରେ ୫ ହଜାର କିମ୍ବା ୧୦ ହଜାର ଟଙ୍କା ଇ ଚାଲାଣ ଜାରୀ କରାଯିବ।

Related Articles

Leave a Reply

Your email address will not be published.

Back to top button