ୟୁଜିସି ନେଟ୍ ପରୀକ୍ଷା ଫଳ ପ୍ରକାଶିତ: ୪୪ ହଜାର ୪୮୫ ଜଣ କୃତକାର୍ଯ୍ୟ

ଭୁବନେଶ୍ୱର: ଏନଟିଏ ଦ୍ୱାରା ଆୟୋଜିତ ୟୁଜିସି ନେଟ୍ ପରୀକ୍ଷା ଫଳ ପ୍ରକାଶ ପାଇଛି । ୨୦୨୧ ବର୍ଷର ଡିସେମ୍ବର ଓ ୨୦୨୨ ବର୍ଷର ଜୁନ୍ ଟର୍ମକୁ ମିଶାଇ ନେଟ୍ ପରୀକ୍ଷା ଅନୁଷ୍ଠିତ ହୋଇଥିବାବେଳେ ୮୩୭ଟି କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ୮୨ଟି ବଷୟରେ ମୋଟ୍ ୫ଲକ୍ଷ ୪୪ ହଜାର ୪୮୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ୪୩ ହଜାର ୨୪୬ ଜଣ କୃତକାର୍ଯ୍ୟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୮ ହଜାର ୯୫୫ ଜଣ ଜେଆରଏଫ୍‌ରେ ଉତ୍ତୀର୍ଣ୍ଣ ହୋଇଥିବା ମଧ୍ୟ ଏନଟିଏ ଦର୍ଶାଇଛି । ତେବେ ଛାତ୍ରଛାତ୍ରୀ ସେମାନଙ୍କର ରେଜଲ୍ଟ ୱେବସାଇଟ୍ ମାଧ୍ୟମରେ ପାଇ ପାରିବେ ବୋଲି ଏନଟିଏ ପକ୍ଷରୁ ସୂଚନା ଦିଆ ଯାଇଛି ।

Related Articles

Leave a Reply

Your email address will not be published.

Back to top button