ପୋଲିସ ଗୁଳିରେ ଦୁଇ ମହିଳା ମାଓବାଦୀ ନିହତ

ଭୁବନେଶ୍ବର : ମାଲକାନଗିରି ଛତିଶଗଡ଼ ସୀମାନ୍ତ ଦାନ୍ତେୱାଡା ଜିଲ୍ଲାରେ ଏନକାଣ୍ଟର । ପୋଲିସ ଗୁଳିରେ ଦୁଇ ଜଣ ମହିଳା ମାଓବାଦୀ ପ୍ରାଣ ହରାଇଛନ୍ତି । ସେମାନଙ୍କ ନିକଟରୁ ଦୁଇଟି ବନ୍ଧୁକ ଜବତ ହୋଇଛି ।  ସୂଚନାନୁଯାୟୀ, ୨୧ ତାରିଖରୁ ମାଓବାଦୀମାନେ ସେମାନଙ୍କ ପ୍ରତିଷ୍ଠା ଦିବସ ପାଳନ କରିବା ଲାଗି ଅରନପୁର ଜଙ୍ଗଲରେ ଏକତ୍ରିତ ହୋଇଥିବା ନେଇ ଗୁଇନ୍ଦା ବିଭାଗକୁ ସୂଚନା ମିଳିଥିଲା । ଯାହାକୁ ଆଧାର କରି ଡିଆରଜି ବାହିନୀ ପକ୍ଷରୁ ଆଜି ସକାଳେ ଅରନପୁର ଜଙ୍ଗଲରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ଏହି ସମୟରେ ମାଓବାଦୀମାନେ ସୁରକ୍ଷା ବାହିନୀ ଉପରକୁ ଗୁଳି ଚଳାଇଥିଲେ। ସୁରକ୍ଷା ବାହିନୀ ଏହାର ପ୍ରତି ଜବାବ ଦେଇଥିଲା। ପ୍ରାୟ ଦୁଇ ଘଣ୍ଟା ଧରି ଗୁଳି ବିନିମୟ ହେବା ପରେ ମାଓବାଦୀମାନେ ଘଟଣା ସ୍ଥଳରୁ ପଳାୟନ କରିଥିଲେ । ପରେ ସର୍ଚ୍ଚ ଅପରେସନ ବେଳେ ଦୁଇ ଜଣ ମହିଳା ମାଓବାଦୀଙ୍କ ମୃତଦେହ ଠାବ କରିଥିଲେ ସୁରକ୍ଷା କର୍ମୀ ।

Related Articles

Leave a Reply

Your email address will not be published.

Back to top button